କର୍ମବୀର ଗୌରୀଶଙ୍କର ରାୟ

✍🏼 ବିଶ୍ବବିଜୟୀ ଦାଶ

ଭାଷା ଭିତ୍ତିରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦେବା ପାଇଁ ଯେଉଁ କେତେଜଣ ବରେଣ୍ୟ ଓଡ଼ିଆ ଆଗଧାଡ଼ିରେ ରହିଥିଲେ ସେମାନଙ୍କ ଭିତରେ କର୍ମବୀର ଗୌରୀଶଙ୍କର ରାୟ ଥିଲେ ଅନ୍ୟତମ। ଓଡ଼ିଆ ଭାଷାକୁ ଉଜ୍ଜୀବୀତ କରି ରଖିବାରେ କର୍ମବୀରଙ୍କ ଅବଦାନ ଥିଲା ଅତୁଳନୀୟ। ସବୁବେଳେ ସେ କର୍ମରେ ବିଶ୍ୱାସ କରୁଥିଲେ। ତାଙ୍କ ନିଷ୍ଠାପର କର୍ମ ପାଇଁ ତାଙ୍କୁ ‘କର୍ମବୀର’ ଆଖ୍ୟା ଦିଆଯାଇଛି।

Omkar Vasthu
Omkar Vasthu

ସେ ୧୮୩୮ ମସିହା ଜୁଲାଇ ୧୩ ତାରିଖ, ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ଦିନ କଟକ ଜିଲ୍ଲା ଅସୁରେଶ୍ୱର ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଗ୍ରାମ ଚାଟଶାଳୀରେ ପ୍ରାଥମିକ ଓଡ଼ିଆ ଶିକ୍ଷା ସମାପ୍ତ ପରେ ଏଗାର ବର୍ଷ ବୟସରେ କଟକ ହାଇସ୍କୁଲ ଏବଂ ପରେ ହୁଗୁଳି ଯାଇ ସେଠାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଗୌରୀଶଙ୍କର ରାୟ ଓ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ ୧୮୬୪ ମସିହାରେ ‘କଟକ ପ୍ରିଣ୍ଟିଂ କମ୍ପାନୀ’ ଗଢ଼ିଥିଲେ। ଉତ୍କଳ ଦୀପିକା, ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦପତ୍ର। ଏହା ୧୮୬୬ ମସିହା ଅଗଷ୍ଟ ୪ ତାରିଖରେ ପ୍ରଥମ କରି ପ୍ରକାଶିତ ହୋଇଥିଲା। କର୍ମବୀର ଗୌରୀଶଙ୍କର ରାୟ ଏହାର ପ୍ରତିଷ୍ଠାତା ତଥା ପ୍ରଥମ ସମ୍ପାଦକ ଥିଲେ। ଗୌରୀଶଙ୍କର ରାୟ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ ପ୍ରତିଷ୍ଠିତ ‘କଟକ ପ୍ରିଣ୍ଟିଂ କମ୍ପାନୀ’ରୁ ଏହି ସମ୍ବାଦପତ୍ର ପ୍ରକାଶ ପାଉଥିଲା। ଉତ୍କଳ ଦୀପିକା ତତ୍କାଳିନ ଓଡ଼ିଶାକୁ ସାମାଜିକ, ନୈତିକ ତଥା ରାଜନୈତିକ କ୍ଷେତ୍ରରେ ନୂତନ ଦିଗଦର୍ଶନ ଦେବାରେ ସଫଳ ହୋଇଥିଲା ଏବଂ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଅଗ୍ରଣି ଭୂମିକା ଗ୍ରହଣ କରିଥିଲା। ଗୌରୀଶଙ୍କର ରାୟ ନିଜ ଅନ୍ତିମ ସମୟ ପର୍ଯ୍ୟନ୍ତ ଉତ୍କଳ ଦୀପିକାର ସମ୍ପାଦନା କରିଆସୁଥିଲେ। ଏତଦ ବ୍ୟତିତ ଉତ୍କଳ ଦୀପିକା ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲା। ଉତ୍କଳ ଦୀପିକାର ସଫଳତା ଓଡ଼ିଶାରେ ସମ୍ବାଦପତ୍ର ପ୍ରକାଶନର ମୂଳଦୁଆ ପକାଇଥିଲା।

Udyog Nursery
Udyogi Nursery

ସମାଜ ସଂସ୍କାର, ଓଡ଼ିଆ ଭାଷାର ସମୃଦ୍ଧି, ସୁରକ୍ଷା ଏବଂ ବିଭିନ୍ନ ଓଡ଼ିଆଭିତ୍ତିକ କାର୍ଯ୍ୟକ୍ରମରେ ସଦାସର୍ବଦା ସେ ଯତ୍ନବାନ ଥିଲେ। ଗୌରୀଶଙ୍କର ନିଜର ଦୃଢ଼ ଅଧ୍ୟବସ୍ୟାୟ ଏବଂ ଦୃଢ଼ ନିଷ୍ଠା ପାଇଁ ବହୁ ପ୍ରାଚୀନ ସାହିତ୍ୟ, ଗ୍ରନ୍ଥ, ଧର୍ମଗ୍ରନ୍ଥ ଇତ୍ୟାଦି କଟକ ପ୍ରିଣ୍ଟିଂ ପ୍ରେସରୁ ପ୍ରକାଶିତ କରି ଓଡ଼ିଆ ଭାଷା ଏବଂ ସାହିତ୍ୟରେ ସମୃଦ୍ଧି ଦିଗରେ ଅନେକ କାର୍ଯ୍ୟ କରିଛନ୍ତି।

କର୍ମବୀର ଗୌରୀଶଙ୍କର ରାୟ ୧୯୧୭ ମାର୍ଚ୍ଚ ୭ ତାରିଖରେ ଦୁନିଆ ଛାଡ଼ି ଚ଼ାଲିଗଲେ। ଏହି କାଳଜୟୀ କର୍ମବୀର ଚିର ନମସ୍ୟ। ଓଡ଼ିଆ ଅସ୍ମିତାର ସଂରଚନା ଏବଂ ଓଡ଼ିଶାରେ ଖବରକାଗଜ ପ୍ରକାଶନର ଆଦି କର୍ଣ୍ଣଧାର ଭାବେ ଓଡ଼ଆ ସାହିତ୍ୟ ଇତିହାସରେ ଚିରସ୍ମରଣୀୟ ହୋଇ ରହିଛନ୍ତି କର୍ମବୀର ଗୌରୀଶଙ୍କର ରାୟ।

ବି.ଏସସି,ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍- ୭୫୨୦୩୫
ମୋବାଇଲ୍: ୬୩୭୦୨୦୮୪୨୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.