କବିତା: ଜନ୍ମାଷ୍ଟମୀ

✍🏼 ସଦାଶିବ ରାଜଗୁରୁ

ଭାଦ୍ରବ ମାସର ବର୍ଷଣ ମୁଖରୀତ ରାତ୍ରୀ
ଅଷ୍ଟମୀ ତିଥିର ପବିତ୍ର ମୁହୁର୍ତ୍ତରେ, ହେ! ଜନ୍ମଦାତ୍ରୀ
ବେଡି ଶୃଙ୍ଖଳିତ ବନ୍ଦିନୀ ଗୋ ତବ ତପସ୍ୟା
ପରମାତ୍ମା ପ୍ରାପ୍ତିର ଅପାର ଅଭିପ୍ ସା
ତ୍ୟାଗ ତିତିକ୍ଷାରେ ଅଷ୍ଟମ ଗର୍ଭର ପ୍ରତୀକ୍ଷା ପରେ
ପୁଷ୍ପିତ ହେଲା ଦୃଢ଼ ଜଞ୍ଜିର ବେଷ୍ଟିତ ବନ୍ଦିଶାଳାରେ
ଲୈ।ହ ଫାଟକର ଅନ୍ତରାଳେ କାଳିଆର ଆବିର୍ଭାବରେ।

Omkar Vasthu
Omkar Vasthu

ସ୍ବଳ୍ପ ଅବଧିର ମାତୃତ୍ୱକୁ ହୃଦୟ କନ୍ଦରରେ ଥାପି
ଆବେଗ ଭରା ଅଶ୍ରୁଳ ନୟନା ଦେବକୀ ପୁତ୍ରକୁ ସମର୍ପି,
ବସୁଦେବଙ୍କ ଆଞ୍ଜୁଳା ଭରିଲେ, ଅମା ଅନ୍ଧକାରେ
ହେବାକୁ ଗୋପପୁର ଯାତ୍ରୀ।

Pearl dental clinic
Near Ashish Medical Store, Bhawanipatna

ମଥୁରାର ବିଷ୍ଫାରିତ ଲୋହିତ ଚକ୍ଷୁରେ ଭୟଭ୍ରାନ୍ତି ଝଲକାଇ
କନ୍ୟାଟିଏ ଉଦ୍ଘୋଷିଲା ଗର୍ବି କଂସର ହୃଦୟ ଥରାଇ,
ଖିଲ୍ ଖିଲ୍ ହାସ୍ୟରୋଳରେ ଆକାଶ ଫଟାଇ,
କଟା ଘା’ରେ ଲବଣ ଚୁନର ପ୍ରଲେପ ଲଗାଇ।
ଗୋପରେ ବଢୁଛି ସେଇ, ଆକାଶ ବାଣୀର ସତ୍ୟ ଜଣାଇ।

Udyog Nursery
Udyogi Nursery

ଗୋପରେ ନନ୍ଦଙ୍କ ନନ୍ଦନ ପ୍ରାପ୍ତିରେ
ଉତ୍ସବ ମୁଖରିତ ପର୍ବରେ ଯୋଶଦାଙ୍କ କୋଳରେ
ଶ୍ରୀକୃଷ୍ଣ ନାମ କରଣାର୍ଥେ ନନ୍ଦୋତ୍ସବର ଅୟମାରମ୍ଭରେ
ଇତି ଶ୍ରୀ ଜନ୍ମାଷ୍ଟମୀ ପବିତ୍ର ନାଟକର,
ସମସ୍ତ ଆମୂଳ ଚୂଳ ଅଧ୍ୟାୟ ଗୁଡିକର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.