✍🏼ଡୁଇଟି ଡେଭିଡ ଫିଲିପ୍
ସଭ୍ୟତା ଓ ସମୃଦ୍ଧିର ପୁରୁଣା ଧରା, ଶିଖର, ସରୋବର ଆମର ଭାରତ,
ହରାଇ ଥିଲା ଶ୍ରୀ, ହୋଇ ଅନ୍ୟମାନଙ୍କର,
ପେଟରେ ଲାତ, ଜନ୍ମ ଦାତ୍ରିର ଛାତିରେ ନଜର,
ଗୁହାରି ଶୁଣିବାକୁ ନଥିଲେ କେହି ଆମର।
ଆମର ଆଖୁକୁ ତାଙ୍କଠୁ ଚିନି,
ଆମରି କ୍ଷୀରକୁ ତାଙ୍କର କେଡବୋରିଜ,
ଆମର ଖଣିକୁ ତାଙ୍କରି ମାଲିକିନି,
ଆମର ଝୋଟ ଓ କପାକୁ ତାଙ୍କର ମିଲ,
ଲୁଣ, ପାଣି, ଫସଲ, ଆମରି ପରିଶ୍ରମ,
କର ଉପରେ, ସୁଧ କହିଲେ, ଆମକୁ ଆଣ,
ଖଜଣା, ଦେହ, ଦେଶ, ବିଚାର ଆମର ନୁହେଁ, ତାଙ୍କର, ହାତର,
ନ୍ୟାୟ, ଅଦାଲତ, ବିଚାର, ତାଙ୍କ ଇଚ୍ଛା ମୁତାବକ,
ନହେଲେ ପିଠି, ତଣ୍ଟି, ସୁଲି, ଗୁଳି, ବେତ ବାଡି ମାଡ,
ଆଜିର ନାଗରିକ ଓ ରାଜନୈତିକ ଦଳ କଣ କରୁଛ ଚିନ୍ତା କର।
ସ୍ବାଧିନ ସଂଗ୍ରାମ, ଘର ଘରର ଡାକ, ଅଜା, ଆଇ, ଜେଜେ, ବାପାର ବାପାଙ୍କର,
୫୦ ହଜାର ଗୋରା, ୩୫ କୋଟି ଉପରେ ଭାର ।
ସଂଗ୍ରାମ ଜିଣିଲେ ବିନା ଲାଠି, ଗୁଳି, ବିନା ବିନିମୟେ,
କିନ୍ତୁ ରକ୍ତ ଓ ଅଶ୍ରୁ ଝରି ସୁଖୁଥିଲା ପ୍ରତ୍ୟେକଙ୍କ ଘରର ।
ଛିଣ୍ଡିଲା ଆସି ସଂଗ୍ରାମ ଆମର,
ଲୁଣ ମାର ଆନ୍ଦୋଳନ, ବିଦେଶୀ ସାମଗ୍ରୀ ଉଚ୍ଛେଦ, ନାଗରିକ ସମ୍ମାନ ବହିଷ୍କାର, ଅସହଯୋଗ ଆନ୍ଦୋଳନ,
ସେଇଠୁ ହୋଇଛି ଦେଶ ସ୍ଵାଧୀନ।
ରକ୍ତର ଇତିହାସ ନାହିଁ କହିଲେ ଅତ୍ୟୁକ୍ତି,
ଶିଶୁ, ନାରୀ, ବୁଢା, ବୁଢ଼ୀ, ଯୁବା ଯୁବତୀ, ଦେଇ ଥିଲେ ଆହୁତି,
ଜାଲିୟାନାବାଦ, ସିପାହୀ ବିଦ୍ରୋହ, ଓ ସୀମାରେ ଅନେକ ଥର ହାରି,
ଏବେବି ହେଉଛି ଦେଶପାଇଁ ବଳି, ସୀମା ଓ ଆନ୍ତରିକ ସୁରକ୍ଷାରେ ଶତ୍ରୁ ରଖିଛି ଆଖି।
ସ୍ୱାଧୀନତା ଦିବସ, ବଳିଦାନର ଆଶିଷ,
ପଣ କରିଛୁ ପ୍ରେମରେ ସମସ୍ତଙ୍କୁ ନେଇ କରିବୁ ସମୃଦ୍ଧି ଓ ସହିତ ବାସ।