✍🏼ଦୟାନିଧି ଗହିର
ଆପଣା ପାଦେ
ଫୋଡି ଯାଉଥିବ କଣ୍ଟା
ପୁଅ ତାଙ୍କ
କେମିତି ଦାମିକା ବ୍ରାଣ୍ଡ୍ ଯୋତା ଲଗେଇବ
ସେ ଚିନ୍ତା କରୁଥିବା
ଲୋକ ଅଟନ୍ତି ବାପା।
କାମିଜ ଖଣ୍ଡେ ଗଲେଇ ହେଇଥିବେ
ଯେଉଟା ପିନ୍ଧିଲେ କି ନପିନ୍ଧିଲେ ସମାନ
କାମିଜ ଫାଟଦେଇ
ଚମ ଦିଶୁଥିବ ଦହଦହ
ପୁଅ ତାଙ୍କର ବୁଟ ସୁଟ ପିନ୍ଧୁ
ସେ କଥା ଭାବୁଥିବା ଲୋକ ଅଟନ୍ତି ବାପା।
ଜୀବନ ଜଞ୍ଜାଳ ବୋଝେ
ଶରୀର ଲାଗୁଥିବ ଅବଶ
ଖଣ୍ଡେ ଦୂର ଯିବାପାଇଁ
ମନରେ ଯୁଟୁନଥିବ ବଳ
ସେ ଅବସ୍ଥାରେ
ପୁଅକୁ କାନ୍ଧେ ବସାଇ
ପାଖ ଗାଁକୁ ମେଳଣ ଦେଖେଇ
ନେବା ଲୋକ ଅଟନ୍ତି ବାପା।
ଅବଶେଷେ
ପାଖରେ ନଥାଇ
ପରଲୋକରୁ
ସନ୍ତାନସନ୍ତତିଙ୍କ ଉପକାର ଲାଗି
ଇଶ୍ଵରଠାରେ କାମନା କରୁଥିବା
ଲୋକଟି ଅଟନ୍ତି ବାପା।