ଅଗ୍ନିବର୍ଷି ଖରାରେ ପରୀକ୍ଷା ଦେବେ +୩ ଛାତ୍ରଛାତ୍ରୀ, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ପ୍ରଚଣ୍ଡ ଅଗ୍ନିବର୍ଷି ରୌଦ୍ର ତାପକୁ ଆଖି ଆଗରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସକାଳୁଆ କରିଥିବା ବେଳେ ଆଗାମୀ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟରେ ପାଠ ପଢାକୁ ତିନି ଦିନ ପାଇଁ ବନ୍ଦ ଘୋଷଣା କରିଛନ୍ତି। ତେବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ +୩ କଲେଜ ଗୁଡିକର ପରୀକ୍ଷା ଦିନ ଦୁଇ ଘଣ୍ଟା ଠାରୁ ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ ପରୀକ୍ଷା କରିବା ପାଇଁ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର କରିବା ଫଳରେ ଛାତ୍ର ଛାତ୍ରୀ, ଅଧ୍ୟାପକ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l କାରଣ  ପରୀକ୍ଷା କେନ୍ଦ୍ରକୁ ଏକ ଘଣ୍ଟା ଆଗରୁ ଯିବାକୁ ପଡିଥାଏ l ଏପରିକି କିଛି ପିଲାଙ୍କୁ ବସ କିମ୍ବା ଟ୍ରେନ ଧରିବାକୁ ପଡିଥାଏ l ତେବେ ଉତ୍କଳ ବିଶ୍ୱବିଦ୍ୟାଳୟର +୩ ପରିକ୍ଷା ଦିନ ଗୋଟାଏରେ ହୋଇଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମୟରେ ଏଭଳି ବ୍ୟତିକ୍ରମ ଯୋଗୁ ମୁଖ୍ୟତଃ ଅଭିଭାବକ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ତେଣୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ କଲେଜ ସକାଳୁଆ କରିବାକୁ କୁଳପତି ଓ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.