ନର୍ଲାରୋଡ଼ରେ ୨୪ ପ୍ରହର ନାମଯଜ୍ଞ ଆରମ୍ଭ

୧୩ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ନିମନ୍ତ୍ରୀତ, ୫୦୦୦ ଶ୍ରଦ୍ଧାଳୁ ଭକ୍ତଙ୍କ ଅନ୍ନ ପ୍ରସାଦ ସେବନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଂଚାୟତର ନର୍ଲାରୋଡ଼ରେ ଗତ ୨୫।୫ ରୁ ଚାଲିଛି ମା ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ । ଏଥିରେ ୨୪ ପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହେଉଛି । ଏନେଇ ଶୁକ୍ରବାର ଉଭୟ ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ଅଖଣ୍ଡ ନାମଯଜ୍ଞ ପାଇଁ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ରବିବାର ସକାଳ ୭ ଘଣ୍ଟା ସମୟରେ ପବିତ୍ର ହରେକୃଷ୍ଣ ହରେରାମ ନାମ ଆରମ୍ଭ ହୋଇଯାଇଛି । ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡାଙ୍କ ନେତୃତ୍ୱରେ ନର୍ଲା ଉପରପଡା ଦଳ ଓ ଗୋପୀନାଥପୁର ସଂକୀର୍ତ୍ତନ ମଣ୍ଡଳୀ ନାମ ଆରମ୍ଭ କରିଥିଲେ । ଏଥିରେ ସର୍ଗିଗୁଡାର ସବିତା ପଧାନ ଓ ସଂକୀର୍ତ୍ତନ ପଧାନ ଦମ୍ପତି ଯଜ୍ଞ କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରୁଥିବା ବେଳେ ତୁଳାପଡ଼ାର ବ୍ରହ୍ମା ପଣ୍ଡିତ ତରୁ ପାଢ଼ୀ ଓ ନିକୁଞ୍ଜ ପାଢ଼ୀ ପୂଜନ କାର୍ଯ୍ୟ ପରିଚାଳନା କରୁଛନ୍ତି । ଜପକ ଦାୟିତ୍ୱରେ ନାରାୟଣ ପାଢ଼ୀ ରହିଛନ୍ତି । କଳାହାଣ୍ଡି ଜିଲ୍ଲା ନୂଆପଡା ଓ ନବରଙ୍ଗପୁରଜିଲ୍ଲା ବାହାରୁ ଏବଂ ସ୍ଥାନୀୟ ୫ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ସହ ମୋଟ ୧୩ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଏହି ନାମଯଜ୍ଞ ରେ ଅଂଶ ଗ୍ରହଣ କରିଥିବା ଜଣାପଡିଛି । ସର୍ଗିଗୁଡା, ନର୍ଲାରୋଡ଼ ଏବଂ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ୮ ଖଣ୍ଡ ଗ୍ରାମର ଯୁବକ ଓ ଶ୍ରଦ୍ଧାଳୁ ଭକ୍ତ ଅନ୍ନଛତ୍ରରେ ଅନ୍ନ ପ୍ରସ୍ତୁତି କାର୍ଯ୍ୟକ୍ରମ, ପ୍ରହର ଅନୁଯାୟୀ ଭୋଗ ପ୍ରସ୍ତୁତି, ଦଳ ଡାକିବା, ଅନ୍ନଛତ୍ରରେ ଅନ୍ନପ୍ରସାଦ ପ୍ରସ୍ତୁତି କରିବା, ମଣ୍ଡପ ଭିତରେ ପାଣି ସିଞ୍ଚିବା, ସଂକୀର୍ତ୍ତନ ମଣ୍ଡଳୀ ଗୁଡିକ ପାଇଁ ଜଳପାନ ପ୍ରସ୍ତୁତି ଓ ପରିବେଷଣ କରିବା ଭଳି ଦାୟିତ୍ୱରେ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡରେ ନର୍ଲାରୋଡ଼ ଚଳଚଂଚଳ ହୋଇ ଉଠିଛି । ବୁଧବାର ସକାଳ ୭ ଘଣ୍ଟା ସମୟରେ ନାମଯଜ୍ଞର ପୂର୍ଣ୍ଣହୁତି ପଡିବ ବୋଲି ଜଣାପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.