5t ସାମିଲ ହେଲା କମର୍ଦ୍ଧା ମଧୁ ମହେଶ୍ୱର ବୁଦ୍ଧିଆ ଉଚ୍ଚ ବିଦ୍ୟାଳୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ଗ୍ରାମ ପଞ୍ଚାୟତର ମଧୁ ମହେଶ୍ୱର ବୁଦ୍ଧିଆ ଉଚ୍ଚ ବିଦ୍ୟାଳୟ 5t ରୂପାନ୍ତରଣରେ ଉନ୍ତର୍ଭୁକ୍ତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହିମାଂଶୁ ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଆଜି 5tର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସନ୍ତୋଷ କୁମାର ବୁଦ୍ଧିଆ, ବିଦ୍ୟାଳୟର ପ୍ରତିଷ୍ଠାତା ହରିଶ୍ଚନ୍ଦ୍ର ବୁଦ୍ଧିଆ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର, ଲାଞ୍ଜିଗଡ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଦ୍ରୋଣ ରଣା, କମର୍ଦ୍ଧା ସରପଞ୍ଚ ସୁଶୀଳା ନାଏକ, ସମାଜସେବୀ  ହରିଶଙ୍କର ପାତ୍ର, ବିଦ୍ୟାଳୟ ଫାଉଣ୍ଡର ସଦସ୍ୟ ନିରାକାର ବୁଦ୍ଧିଆ, ସିଆରସିସି ପ୍ରକାଶ ଚନ୍ଦ୍ର ପ୍ରଧାନ, ଶିକ୍ଷକ ନିରଞ୍ଜନ ବୁଦ୍ଧିଆ, ଖେଳ ଶିକ୍ଷକ ଗୋବିନ୍ଦ ସାହୁ, ସମାଜସେବୀ ଭଗବାନ ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ। ଏଥିରେ ଗ୍ରାମ ପଞ୍ଚାୟତ ଅଞ୍ଚଳର ଅଭିଭାବକ ତଥା ଜନସାଧାରଣ ଉପସ୍ଥିତ ରହି 5t ର ଉଦ୍ଦେଶ୍ୟ ଓ ଏହାର ରୂପ ରେଖ ବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମିଶ୍ର ଉପସ୍ଥାପନା କରିଥିଲେ। ଶିକ୍ଷା ବିନା ମଣିଷ ସମାଜର ବିକାଶ ଅସମ୍ଭବ ତେଣୁ ଶିକ୍ଷା ପ୍ରତି ସମସ୍ତେ ସଚେତନ ହୋଇ ଶିକ୍ଷାର ବିକାଶରେ ସମସ୍ତେ ସହଯୋଗ କରି ବିଦ୍ୟାଳୟର ଉନ୍ନତିରେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ବିଦ୍ୟାଳୟକୁ ଦଶ ଲକ୍ଷ ଅନୁଦାନ ଦେଇଥିବା ବେଳେ କମର୍ଦ୍ଧା ପଞ୍ଚାୟତ ତରଫରୁ ପନ୍ଦର ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ଏଥିରେ ଶିକ୍ଷକ ବିଭୁତି ଭୂଷଣ ତାଣ୍ଡି ସ୍ୱାଗତ ଭାଷଣ ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.