ଲାଞ୍ଜିଗଡ଼ ବ୍ଲକରେ ଯୋଗଦେଲେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଯୋଗ ଦେଇଛନ୍ତି ନମିତାରାଣୀ ଭୋଇ । ସେ ବିଶ୍ବନାଥପୁରସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିବାବେଳେ ତାଙ୍କୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ରୋଣ ରଣା, ସୁଢଳଦେବ ମୁଣ୍ଡ, ମୁଖ୍ୟ କିରାଣୀ ସୁକେଶ ମାଝୀ, ବରିଷ୍ଠ କିରାଣୀ ଲକ୍ଷ୍ମଣ ସାହା, ରାକେଶ ମିଶ୍ରଙ୍କ ସମେତ ସିଆରସିସି ଭାରତଭୂଷଣ ସାହୁ, ତପନ କୁମାର ଭୋଇ, ସୌଭାଗ୍ୟରଞ୍ଜନ ସାହୁ, ଗୁରୁଗୋବିନ୍ଦ ମହାନ୍ତି, ତ୍ରିନାଥଶ୍ୟାମ କୁମାର, ବିଜୟ ରାୟ, ପ୍ରକାଶ ପ୍ରଧାନ, ଗୁଣମଣି ଭୋଇ ପ୍ରମୁଖ ସାକ୍ଷାତ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ବ୍ଲକରେ କାର୍ଯ୍ୟରତ ଗୋଷ୍ଠୀ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ ଅବସର ଗ୍ରହଣ କରିବା ପରେ ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁନନ୍ଦା ପଣ୍ଡା ଲାଞ୍ଜିଗଡ଼ ବ୍ଲକର ଅତିରିକ୍ତ ଦାୟିତ୍ବରେ ରହିଥିଲେ । ନୂତନ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଯୋଗଦାନ ପରେ ଶିକ୍ଷକ, ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.