ବୋରିଆରେ ଶ୍ରୀଅରବିନ୍ଦ ଶିକ୍ଷା ଶିବିର

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବୋରିଆ ମାତୃନିକେତନ ପକ୍ଷରୁ ତିନିଦିନ ଧରି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଶ୍ରୀଅରବିନ୍ଦ ଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଜିଲ୍ଲା ସଂଯୋଜକ ଗଣେଶ ପ୍ରସାଦ ଅଗ୍ରୱାଲ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।

ବିଭିନ୍ନ ଦିବସରେ ସୁବାଷ କର, ବ୍ରଜ ଭାଇ, ଗୋପିଚାନ୍ଦ ବାଗ, ସରୋଜ ଭାଇ, ଡିଗରୁ ଭାଇ, କଳ୍ପନା ଅପା ପ୍ରମୁଖ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଚିନ୍ତନ ବିଷୟରେ ଏବଂ ସାବିତ୍ରୀ କାବ୍ୟ ଉପରେ ଆଲୋଚନା କରିଥିଲେ। ମାତୃନିକେତନର ସଭାପତି ହରିଶ୍ଚନ୍ଦ୍ର ନାୟକ, ସମ୍ପାଦକ ରାମେଶ୍ୱର ସାହୁ, ଦିଲୀପ ସାହୁ, ହରେକୃଷ୍ଣ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସମସ୍ତ ଅପା ଭାଇ ସହଯୋଗ କରିଥିଲେ।

କେସିଙ୍ଗାରୁ ବଳରାମ ନାଏକଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.