ନୂଆଦିଲ୍ଲୀ: ପ୍ରସିଦ୍ଧ ଇଂଲିଶ ଲେଖକ ତଥା ଔପନ୍ୟାସିକ ପଦ୍ମଶ୍ରୀ ଅମିତାଭ ଘୋଷ ତାଙ୍କର ସାମଗ୍ରିକ ସାହିତ୍ୟ କୃତି ପାଇଁ ଏବର୍ଷର ଜ୍ଞାନପୀଠ ପୁରସ୍କାର ପାଇବେ। ଏନେଇ ଜ୍ଞାନପୀଠ ଚୟନ କମିଟିର ଅଧ୍ୟକ୍ଷା ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଆହୂତ କମିଟି ପକ୍ଷରୁ ଘୋଷଣା କରାଯାଇଛି। ଅମିତାଭଙ୍କ ଚର୍ଚ୍ଚିତ ଉପନ୍ୟାସମାନଙ୍କ ମଧ୍ୟରେ ରହିଛି ‘ସ୍ୟାଡୋ ଲାଇନସ୍’, ‘ଦ ଗ୍ଲାସ୍ ପ୍ୟାଲେସ୍’, ‘ଦ ହଙ୍ଗ୍ରୀ ଟାଇଡ୍’ ପ୍ରମୁଖ।