ଦଣ୍ଡପାଟ ଧନୁଯାତ୍ରାରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ

କଳାହାଣ୍ଡି: ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ଅବସରରେ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ମହାବିଦ୍ୟାଳୟ ପରିସରରେ ଏକ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଏକମାତ୍ର ସାହିତ୍ୟ ଭିତ୍ତିକ ସମ୍ବାଦ ପତ୍ରିକା ‘ସାହିତ୍ୟ କଥା’ର ସମ୍ପାଦକ ସକିତ ରତେ, ମୁଖ୍ଯ ବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନା, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ତ୍ରିଲୋଚନ ବାଗ, ତୁଳସୀରାମ ବାରିକ, ଗୌରାଙ୍ଗ ହଂସ, ଦଣ୍ଡପାଟ ଧନୁଯାତ୍ରାର କଂସ ଭୂମିକାରେ ଅବତୀର୍ଣ୍ଣ ଅଭିନେତା ଗୋପାଳ ପଣ୍ଡା, ନାରୀକବି ସୁମିତା କୁମାରୀ ପଟ୍ଟନାୟକ, ଯୁବ ଲେଖକ ସୁଶୀଲ କୁମାର ବାଗ ପ୍ରମୁଖ ମଂଚାସୀନ ଥିଲେ। ଅଧ୍ୟକ୍ଷତା କରିଥିଲେ ଦଣ୍ଡପାଟ ସଂସ୍କୃତି ପରିଷଦର ସଭାପତି ନିର୍ମଳ ଚନ୍ଦ୍ର ନାୟକ।

ପ୍ରାରମ୍ଭରେ ମହାବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଦଣ୍ଡପାଟ ସଂସ୍କୃତି ପରିଷଦର ସମ୍ପାଦକ ଅଲେଖ ଚନ୍ଦ୍ର ଗୋପାଳ ସ୍ବାଗତ ଭାଷଣ ଦେଇଥିବା ବେଳେ ମଂଚ ପରିଚାଳନା କରିଥିଲେ ଅକ୍ଷୟ ପଟ୍ଟନାୟକ।

ଏହି ଅବସରରେ ‘ସାହିତ୍ୟ କଥା’ ଡ଼ିସେମ୍ବର ସଂଖ୍ୟାର ଲୋକାର୍ପଣ ହୋଇଥିଲା। କବି ସମ୍ମିଳନୀର ଆବାହକ ତଥା ଯୁବକବି ରଜତ ବଂଶଲ(ପମି)ଙ୍କ ଜନ୍ମଦିନ ଅବସରରେ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣେଇଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରାୟ ଚାଳିଶ ଜଣ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ଉପହାର ପ୍ରଦାନ କରାଯାଇଥିଲା। ଯୁବକବି ଅର୍ଜୁନ ଗୋପାଳ ଓ ଭକ୍ତ ଚରଣ ସୁନାନୀଙ୍କ ସଂଯୋଜନାରେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ପଚାଶରୁ ଉର୍ଦ୍ଧ୍ଵ କବି ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଭୁପେଶ ତିୱାରୀ।

For latest news updates

Please subscribe to notifications by clicking on the bell button.

Like us on facebook

http://www.facebook.com/odiabarta/

Subscribe us on youtube

https://m.youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.