ଦଣ୍ଡପାଟ ରେ କଂସ ରାଜୁତି ଆରମ୍ଭ

ଧର୍ମଗଡ,୧୫/୧୨:

Omkar Vasthu
Omkar Vasthu

ମହାପ୍ରତାପି ମଥୁରା ନରେଶ ମହାରାଜ କଂସଙ୍କ ରାଜୁତିରେ ଥରହର ହେଉଛି ତିନିପୁର । ଧନୁଯାତ୍ରାର ଆୟୋଜନ କରିଛନ୍ତି ମହାରାଜ କଂସ । ସମସ୍ତ ପ୍ରଜାକୁଳଙ୍କ ମନରେ ଏହି ଯାତ୍ରାକୁ ନେଇ ପ୍ରବଳ ଉତ୍ସାହ ଉଦ୍ଦିପନା ସୃଷ୍ଟି ହୋଇଥିଲା । ଧନୁ ଯାତ୍ରାର ଆରମ୍ଭ ସହ ଅଞ୍ଚଳବାସୀ ଖୁସିରେ ମସଗୁଲ ହୋଇ ଯାଉଛନ୍ତି । ନୃତ୍ୟ ଗୀତରେ ରଙ୍ଗୀନ ହୋଇ ଉଠୁଛି କଂସ ଦରବାର । ଏପରି ଏକ ବର୍ଣ୍ଣାଢ୍ୟ ପରିବେଶ ଦେଖିବାକୁ ମିଳିଛି ଦଣ୍ଡ ପାଟ ଧନୁଯାତ୍ରା ମହୋତ୍ସବରେ । ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ଠାରେ ଆରମ୍ଭ ହୋଇଥିବା ଏହି ବିଶାଳ ଆୟୋଜନର ଶୁଭଶଂଙ୍ଖ ବାଜିଥିଲା ଶୁକ୍ରବାର ଠାରୁ ।

Pearl dental clinic
Near Ashish Medical Store, Bhawanipatna

ସେହିଦିନ ସକାଳ ୧୦ଟାରେ ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ମାଁ ଦନ୍ତେଶ୍ୱରୀ ପୀଠରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଏକ ମଶାଲ ଶୋଭାଯାତ୍ରା ବାହାରିଥିଲା ।ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ , ଯୁବ ନେତା ଦିଗାମ୍ବର ଦୁରିଆ , ବେହେରା ଫେକ୍ସ ସମ୍ପାଦକ ହେମନ୍ତ ନାଏକ, ସରପଞ୍ଚ ସୁଚିତ୍ରା ଗୋପାଳ, ଟେଣ୍ଡାପାଳି ସରପଞ୍ଚ ସୁଶାନ୍ତ ପଟ୍ଟନାୟକ ପ୍ରମୂଖ ସାମିଲ ହୋଇଥିଲେ ।

Udyog Nursery
Udyogi Nursery

ସନ୍ଧ୍ୟା ରେ ରାଜକିୟ ଅତିଥି ଭାବେ ଯୋଗ ଦେଇ ଧର୍ମଗଡ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ ମଞ୍ଚ ଉଦଘାଟନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ବେହେରା ସରପଞ୍ଚ ସୁଚିତ୍ରା ଗୋପାଳ, ବେହେରା କଲେଜ ଅଧ୍ୟକ୍ଷ ନିର୍ମଳ ନାଏକ, ଶିକ୍ଷାବିତ ତଥା ଧନୁଯାତ୍ରା କମିଟି ଉପଦେଷ୍ଟା ସଭାପତି ଭକ୍ତଚରଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଦରବାର କଂସ ରାଜୁତି ଆରମ୍ଭ ହୋଇଥିଲା । ମହାପ୍ରତାପୀ କଂସ ନିଜ ପିତା ତଥା ମହାରଜ ଉଗ୍ରସେନ ଙ୍କୁ ଗାଦିବ୍ୟୁତ କରି ସିଂହାସନ ଆରୋହଣ କରିବା ସହ ଭଉଣୀ ଦେବକୀ ଓ ବାସୁଦେବ ଙ୍କ ବିବାହ କରାଇଥିଲେ ।

ମହାରାଜ କଂସ ଙ୍କ ଦରବାରରେ ଭବାନୀପାଟଣା ‘ନୃତ୍ୟାଙ୍ଗନା’ , ଯାଦବ ସଂସ୍କୃତିର ମହାନ ବିଭବ ‘ବନା ବାଡି’ , କୋଶଳାଞ୍ଚଳର ପ୍ରାଚୀନ ଲୋକକଳା ‘ବଜା ସାଲ’ ଆଦି ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଲୋକ ଙ୍କ ସମାଗମ ହେଉଥିବା ବେଳେ ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ କମିଟି ତରଫ ରୁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

Report by:

Labani Rout, Reporter Dharmagarh odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.