ଜିଲ୍ଲା ଜିଓଟେଗ୍ ସଂଘର ବୈଠକ 

ଟିଟିଲାଗଡ,୧୭/୧୨:
ଐତିହାସିକ ତିର୍ଥକ୍ଷେତ୍ର ସୋମେଶ୍ବର ମହାଦେବ ମନ୍ଦିର ବା ଚୌଷଠି ଯୋଗିନି ପିଠ ରାଣୀପୁର ଠାରେ ରଞ୍ଜିବ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଜିଓଟେଗ୍ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ସଭାପତି କନସଲ୍ ନାଗ, ଉପ-ସଭାପତି ଆଶିଷ ମହାପାତ୍ର, ସମ୍ପାଦକ ନିତେଶ କୁମାର ପାଣିଗ୍ରାହୀ , କୋଷାଧ୍ୟକ୍ଷ ସୁବାସ ଦୀପ ଓ ମାଧବ ମେହେର ଉପସ୍ଥିତ ରହି ସଭାକାର୍ଯ୍ୟ ସମ୍ପାଦନା କରିଥିଲେ । ଏହି ବୈଠକରେ ଜିଲ୍ଲା ଜିଓଟେଗ୍ ସଂଘ କୁ କିପରି ସୁଚାରୁରୂପେ ଚଲାଇବା ସହିତ ବଲାଙ୍ଗୀର ଜିଲ୍ଲାର ୧୪ ଟି ବ୍ଲକରେ ସଂଘ ସୁଦୃଢ଼ତାର ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ନିର୍ମାଣ ରେ ହିତାଧିକାରୀଙ୍କୁ କିପରି ଭାବେ ସଠିକ ସମୟ ମଧ୍ୟରେ ପ୍ରାପ୍ୟ ପ୍ରଦାନ କରାଯିବ ସେହି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ପ୍ରଭାତ ବେହେରା, ମଣ୍ଟୁ ପାତ୍ର,ରାମଚନ୍ଦ୍ର ରଣା, ଖୁସିରାମ ପ୍ରଧାନ, ଅମିତ ବାଗ,ଖୁସିରାମ ବଗର୍ତ୍ତୀ,ବାବୁଲାଲ ବାଗ ,ଦେବବ୍ରତ ଛତର, କୁଞ୍ଜ ଆଡଜୁଆଡ, ହରେ କୃଷ୍ଣ ରଣା, ଭବାନୀ ମାଝୀ, ଉମାକାନ୍ତ ସେଠୀ ପ୍ରମୁଖ ଜିଓଟେଗ୍ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଟିଟିଲାଗଡରୁ ଭିଷ୍ମସେନ୍ ମହାକୁରଙ୍କ ରିପୋର୍ଟ
odiabarta.in

For latest news updates

Please subscribe to notifications by clicking on the bell button.

Like us on facebook

http://www.facebook.com/odiabarta/

Subscribe us on youtube

https://m.youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.