ବର୍ଷା ଭାଙ୍ଗି ଦେଉଛି ଚାଷୀର ମେରୁଦଣ୍ଡ

କର୍ଲାମୁଣ୍ଡା,୧୮/୧୨:

‘ପେଥାଇ’ ପ୍ରଭାବରେ ରାଜ୍ୟ ସାରା ଲଗାଣ ବର୍ଷା ଲାଗି ରହିଥିବା ବେଳେ ଚାଷୀ କୂଳ ମୁଣ୍ଡରେ ହାତ ହେଇ ବସିଛନ୍ତି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ଗତକାଲି ଅପରାହ୍ନ ଠାରୁ ଆରମ୍ଭ ହୋଇଥିବା ବର୍ଷାରେ ବ୍ୟାପକ ଫସଳ କ୍ଷୟକ୍ଷତି ହୋଇଛି। କ୍ଷେତରେ ଥିବା ଧାନ ଫସଲ ଏବେ ଗଜା ହେବାକୁ ଲାଗିଲା ବେଳେ ଧାନ ଖଲାରେ ଥିବା ଅମଳ ଧାନ ଗଜା ହେବାକୁ ବସିଲାଣି। ବର୍ତମାନ ଧାନ ଚାଷ ଅମଳ ସମୟ ହୋଇଥିବା ବେଳେ ଦାଉ ସାଧିଛି ।

ଏ ପରିପ୍ରେକ୍ଷିରେ ଚାଷୀ ମଣ୍ଡିରେ ଦେଉଥିବା ଧାନକୁ ମିଲରସ ମାନେ କଟନି ଛଟନି କରି ଧାନ କିଣୁଥିବା ବେଳେ ଏବେ ବର୍ଷା ହେବା ଫଳରେ ଚାଷି ଅମଳ କରିଥିବା ଚାଷକୁ କିପରି ବିକ୍ରି କରିବେ ତାହା ଚାଷିଙ୍କ ଉପରେ ଭାଲେଣି ପଡିଛି। ତେଣୁ ପ୍ରଶାସନ ଏହାର ବିଚାର କରି ନିତୀନିୟମ କୋହଳ ନ କଲେ ଚାଷୀ କ୍ଷତି ଗ୍ରସ୍ତ ହେବା ନିଶ୍ଚିତ ବୋଲି ମତ ପ୍ରକାଶ ପାଇଛି ।ଏଥି ପ୍ରତି ସରକାର ଦୁଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
Report by Nabin Kishor Sahu, Reporter Karlamunda odiabarta.in


For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.