ହୃଦୟର ପ୍ରାଣ ପ୍ରିୟା
ହସି ହସାଇ ମୋତି ଝରିପଡ଼େ ଲାଗେ ମିଠା
ଭିଜି ଗଲାଣି ମୋ ଅବୟବ କାକର ବିନ୍ଦିରେ ପରା
ଥରିଯାଏ ଆଖିର ଭୁର୍ଲତା ଲାଜେ ଛୁଇଁବାକୁ ଓଠ
ଲାଗେ ତେଣୁ ମୋ ଚାରିପାଖ ପୃଥିବୀଟା ଖାସ ତୁମପାଇଁ ନିଆରା ନିଆରା ।
ଗଭାରେ ସାଉଁଳେ ହଜାରେ ଗଙ୍ଗଶିଉଳିର ଭାର
ଦେହତ ଯାଉଛି ଜଳି ଲଗାନି ଆଉ ବଞ୍ଚିବାକୁ ବାହ୍ୟ କାକରୁ ନିଶୀଥେ ଏ ଧୁନି
ପାଖକୁ ଆସ ଆହୁରି ନିରୀକ୍ଷି ଦୂରତା ନମାପି
ଭାସୁଛି କୁହୁଡିରରେ ସମ୍ପର୍କ ଆମ ଖାଲି ସୁନ୍ଦର ସ୍ୱପ୍ନିଳ ଏମନେ
ଶୋଭା ଦିଶୁନି ମୁଖର ଆଭା ବୟସର ସ୍ଵଛ ଆଇନାରେ
କେମିତି ଆଙ୍କିବି ପ୍ରତି ଅଙ୍ଗେ ଅଙ୍ଗେ ଘନ ପ୍ରତୀକ୍ଷାର ଅମୃତ ଚୁମ୍ବନ ।
ଏଠି ସମୟ ଛୋଟ
ସ୍ଵପ୍ନମାନେ କାହାଣୀ ହୋଇ ରାତିରେ ହଜନ୍ତି ଅନେକ
ଲମ୍ବା ପଣତ କାନି ଆକାଶର ଭାରି ଭଲ ଲାଗେବୋଲି
ଦେଖିବାକୁ ସ୍ଵପ୍ନ ଆଙ୍କିବାକୁ ନୂଆ ଭାବନାର ଗୋଟେ ଉଷୁମ ସଉକ
ତୁମ ସହ ସ୍ମୃତି ବାଣ୍ଟୁ ବାଣ୍ଟୁ ସ୍ୱାଗତ କରିବାକୁ
ଗୋଟେ ନୂତନ ଅତିଥି ପାଇଁ
ହେଇ ଦେଖ ଇଶାରା ଦେଲାଣି
ଆମକୁ ଭଲପାଉଥିବା ପ୍ରିୟ ଫୁଲେଇ ବସନ୍ତ ।
ବାଲ୍ୟମ୍ବା,ଢେଙ୍କାନାଳ -୭୫୯୦୧୫
ଦୂରଭାଷ :୯୪୩୮୧୧୪୩୬୮
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube