ଟିଟିଲାଗଡରେ ବିଜେଡିର ପ୍ରତିଷ୍ଠା ଦିବସ : ବିଧାୟିକାଙ୍କ ବଳିଷ୍ଠ ନେତୃତ୍ବ ପୁନଃ ପ୍ରମାଣିତ

ଟିଟିଲାଗଡ,୨୭/୧୨:
ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ବୁଧବାର ଦିନ ଟିଟିଲାଗଡ ଠାରେ ପ୍ରବଳ ଉତ୍ସାହ ଉଦ୍ଦିପନା ମଧ୍ୟରେ ପାଳିତ ହୋଇଯାଇଛି । ବିଜେଡିର ପ୍ରତିଷ୍ଠା ଦିବସ ଉପଳକ୍ଷେ ଏହି ବିଶାଲ ସମାବେଶ ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁଙ୍କ ବଳିଷ୍ଠ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ବିଜେଡିର ନେତା ଓ କର୍ମୀ ମାନେ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ।
କାର୍ଯ୍ୟକ୍ରମରେ ବିଧାୟିକା ଟୁକୁନୀ ସାହୁଙ୍କ ସମେତ ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ସୌଭାଗ୍ଯ ନାୟକ, ଟିଟିଲାଗଡ ବ୍ଲକ ଚେୟାରମାନ୍ ଶ୍ରୀମତୀ ରମାକାନ୍ତୀ ପୁଟେଲ,ମୁନିସିପାଲିଟି ଅଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ଉପାଧ୍ୟକ୍ଷ ଶ୍ରୀମତୀ ଅଞ୍ଜନା ବର୍ମା, ତୁଷୁରା ଏନ୍ଏସି ଅଧ୍ୟକ୍ଷା ଭାଗ୍ୟଶ୍ରୀ ନାଗ, ଟିଟିଲାଗଡ ବିଜେଡି ମହିଳା ସଭାନେତ୍ରୀ ମୈତ୍ରୀ ସାହୁ, ବିଜେଡିର ବରିଷ୍ଠ ନେତା ପ୍ରମୋଦ ପ୍ରଧାନ, ଯୁବ ନେତା ରୁଟୁ ବାଗ, ଯୁବ ନେତା ଦିଲିପ ବାଗ, ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ଝୁରା, ସଇନ୍ତଲା ସରପଞ୍ଚ ସଂଘ ସଭାପତି ନେହେରୁ ବୁଡେକ, ଛାତ୍ର ବିଜେଡି ନେତା ଆଲୋକ ବୁଡେକ, ଯୁବ ନେତା ରାଜ କିଶୋର ଡାଙ୍ଗ ପ୍ରମୁଖ ଯୋଗଦେଇ ବିଜୁ ଜନତା ଦଳ ର ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକ୍ରମ ଗୁଡିକର ଆଲୋକପାତ କରିବା ସହିତ ବିଜେଡି ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକ ବିଷୟରେ ସମସ୍ତ ଙ୍କୁ ଅବଗତ କରାଇଥିଲେ ।
ଅପରପକ୍ଷରେ ଟିଟିଲାଗଡ ସରପଞ୍ଚ ସଂଘ ବିଜେଡି ପ୍ରତିଷ୍ଠା ଦିବସ କୁ ନିଆରା ଢଙ୍ଗରେ ପାଳନ କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନୀ ସାହୁ ଯୋଗଦେଇ ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରମାକାନ୍ତୀ ପୁଟେଲ, ସରପଞ୍ଚ ସଂଘର ସଭାପତି ବିରବର ସାହୁ, ସଂପାଦକ ହରି ମିଶ୍ର, ବରିଷ୍ଠ ସରପଞ୍ଚ ଦୟା ଅଗ୍ରୱାଲ, ସଂଜୀବ ସାହୁ, ମୁନିରାମ ଖର୍ସେଲ, ହରି ମାଝୀ, ନବ କିଶୋର ନାଏକ ତଥା ସମସ୍ତ ସରପଞ୍ଚ ଏବଂ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ Odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.