ବସ୍-ବାଇକ ମୁହାଁ ମୁହିଁ : ଜଣେ ମୃତ, ଜଣେ ଗୁରୁତର

କଣ୍ଟାବାଞ୍ଜି/ଟିଟିଲାଗଡ଼,୨୯/୧୨:

ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଏହି ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ
ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନୀ ଗ୍ରାମ ପଞ୍ଚାୟତ ଉଦେପୁର ଗ୍ରାମର ୨ ଜଣ ଯୁବକ ଗତକାଲି ବାଇକ ଯୋଗେ ବଲାଙ୍ଗିରରୁ ଟିଟିଲାଗଡ଼ ଫେରୁଥିବା ସମୟରେ ସଇଁନ୍ତଲାର ଏକ ଛକରେ ଅପର ପାର୍ଶ୍ବରୁ ଆସୁଥିବା ବସ୍ ସହ ମୁହାଁ ମୁହିଁ ପିଟି ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଆରୋହି ବିରେନ ଯାଦବ (୨୭) ର ମୃତ୍ୟ ହେଇଥିଲା ଓ ତାଙ୍କ ସାଙ୍ଗରେ ଥିବା ଉତ୍ତମ ନାଗ (୩୦) ଗୁରୁତର ଅବସ୍ଥାରେ ବଲାଙ୍ଗୀର ସରକାରୀ ହସ୍ପିଟାଲ ରେ ଭର୍ତି କରାଯାଇଛି।

Report by Jyoti prakash Chandan, Correspondent Kantabanji & Bhimsen Mahakur, Correspondent Titlagarh odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.