ବାଲ୍ମୀକି ପୁଟେଲଙ୍କ କବିତା : ନୂଆ ବରଷ

🌹🌹🌹🌹🌹
ପ୍ରଜାପତି ଆଜି ଉଡି ବୁଲିବୁଲି
କହୁଚି ଫୁଲର କାନେ
ଧରାକୁ ଆସୁଛି ନୂତନ ବରଷ
ହସୁଥାଆ ମନେମନେ ॥

ବହିବହି ପୁଣି ରହିରହି ଟିକେ
ପବନ ଗାଉଛି ଗୀତ
ଶୀତୁଆ ପବନ ସାଥେ ଧରି ଆସେ
ଦିହଜାରଉଣସି କି କରେ ସ୍ୱାଗତ ॥

ତାରାମାନେ ହସି ଜହ୍ନକୁ ଜଣାନ୍ତି
ନୂଆ ବର୍ଷର ଅଭିନନ୍ଦନ
ନୂଆ ଆଶା ନୂଆ ଉଦ୍ଧୀପନା ନେଇ
ଝରଣା ହେଉଚି ଭାରି ଉଚ୍ଛନ ॥

ନୂଆ ସକାଳରେ ନୂତନ ସୁରୁଜ
ବିଞ୍ଛି ଦେଲା ସୁନେଲି କିରଣ
ସଫଳତା ଭରା ଲଗୁଛି ଜୀବନ
ରଂଗିଲା ଲାଗୁଛି ବିହଙ୍ଗ ମନ ॥

ଚଉଦିଗେ ଖେଳେ ଆନନ୍ଦ ଉଲାସ
ହରଷର ରଂଗ ଖେଳ
ସମୟ କହୁଚି ଦୁଃଖ କରନାହିଁ
ଆସୁଛି ଖୁସିର ବେଳ ॥

ସଭିଙ୍କର ଓଠେ ହସ ଫୁଟିଉଠୁ
ଏତିକି ମାଗୁଣି ପ୍ରଭୁ
ନୂଆ ବରଷରେ ଜୀବନ ପଥରେ
କୁସୁମକୁ ଭରିଦେବୁ ॥

ଅନ୍ୟାୟ,ଅନୀତି ,ବିପାକ,ଦୁର୍ଗତି
ସମୂଳେ ହେଉ ବିନାଶ
ସଭିଏଁ ଚାଲନ୍ତୁ ଧରମ ପଥରେ
ପୂର୍ଣ୍ଣ ହେଉ ଅଭିଳାଷ ॥

ଅନ୍ତର ଭାବନା ପ୍ରେମମୟ ହେଉ
ଭାଇଚାରା ହେଉ ଦୃଢ
ନୂଆ ବରଷରେ ପ୍ରସ୍ଫୁଟିତ ହେଉ
ସବୁରି ଜୀବନ କଢ ॥

ଖୋଲାନ, ଟିଟିଲାଗଡ, ବଲାଗିଂର
8018857678

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.