କବିତା ମହାନ୍ତିଙ୍କ କବିତା : ସହିଦ ସଲାମ୍

ଜୟ ହିନ୍ଦ୍‌ ଗାଅ ପୁଷ୍ଷ ବିଞ୍ଚି ଦିଅ
ଭାରତର ରାଜପଥେ
ସହୀଦର ମର ଶରୀର ଆସୁଛି
ତ୍ରିରଙ୍ଗା ଧରରେ ହାତେ ।

ମରଣକୁ ବୀର ବରଣ କରିଛି
ହସିହସି ଦେଶ ପାଇଁ
ଭାରତ ମାଟିରେ ଜନମ ସାର୍ଥକ
ବାରବାର ଜନ୍ମ ତୁହି ।

କୋଟି ଭାରତୀୟ ନୟନ ଲୋତକେ
ରକ୍ତ ଛିଟା ନ ଧୂଅଇ
ତାଜା ରକ୍ତ ଆଜି ଭାରତ ମାଟିକୁ
ଦେଇଛି ସିନା ଭିଜାଇ ।

ଏଇ ଦେଶ ପାଇଁ ବଳିଦାନ ଦେଇ
ହୋଇଲୁ ଚୀର ଅମର
ବୀର ସହୀଦ ହେ ତୋ ପାଦେ ପ୍ରଣାମ
ଶ୍ରଦ୍ଧାଂଜଳି ଘେନ ମୋର ।

କବିତା ମହାନ୍ତି

ପ୍ରଧାନ ଶିକ୍ଷୟିତ୍ରୀ ସାଇଲୋଝାରପଡା ଉପ୍ରାବିଦ୍ଯାଳୟ, କଣ୍ଟାପଡା କଟକ
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.