ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗୋଷ୍ଠୀ ଶିକ୍ଷା ଅଧିକାରୀ, ଲାଞ୍ଜିଗଡ଼ଙ୍କ କାର୍ଯ୍ୟାଳୟରୁ ଶିକ୍ଷା ରଥ ବାହାରି ଚମ୍ପାଦେଇପୁର୍ କ୍ଲଷ୍ଟରର ସମସ୍ତ ଗ୍ରାମ ଭ୍ରମଣ କରିଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ପ୍ରମୋଦ କୁମାର ମହାନ୍ତି, ଉପସଭାପତି ଦୁଃଶାସନ ଦାସ, ଚମ୍ପାଦେଇପୁର୍ ସି ଆର୍ ସି ସି ସୌଭାଗ୍ୟ ସାହୁ, ଶିକ୍ଷକ ଗଣେଶ ଠେଲା, କ୍ଷୀରସିନ୍ଧୁ ସାହୁ, ଦିଲୀପ ମହାରଣା, ଦିଲୀପ ପରିଛା, ପୂର୍ଣ୍ଣ ଚନ୍ଦ୍ର ସାହାଣୀ, ପ୍ରଜ୍ଞା ପ୍ରଭାସିନି ଏବଂ କାର୍ଯ୍ୟାଳୟ କର୍ମଚାରୀ ସଞ୍ଜିତ୍ ସାହୁ, ଚରଣ ଗୌଡ ପ୍ରମୁଖ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ ।