ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ରଜତ ବଂଶଳ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଥିବା ଧର୍ମଗଡ ବ୍ଲକର ଜନ ପ୍ରତିନିଧି ମାନଙ୍କୁ ବେହେରା ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଉକ୍ତ ସମ୍ବର୍ଦ୍ଧନା ସମାରୋହରେ ମୂଖ୍ଯ ଅତିଥି ଭାବେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ ଯୋଗଦେଇ ଅଞ୍ଚଳର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସମାବେଶରେ ବ୍ଲକ ଉପାଧ୍ଯକ୍ଷା ଜୁଲି ମେହେର, ବେହେରା ସରପଞ୍ଚ କୁମୁଦିନୀ ଗଇନ୍ତା, ବେହେରା ସମିତି ସଭ୍ଯ କିଶୋର ନାଗ ଓ ଅନ୍ୟାନ୍ୟ ୨୨ଟି ପଞ୍ଚାୟତର ନବନିର୍ବାଚିତ ସମିତି ସଭ୍ୟ ମାାନେ ଯୋଗ ଦେଇ ଅଞ୍ଚଳର ବିକାଶ ପାଇଁ ସଙ୍କଳ୍ପ ବଦ୍ଧ ହେବୁ ବୋଲି ମତପୋଷଣ କରିଥିଲେ । ପ୍ରଥମେ ବେହେରା ମାଁ ଦନ୍ତେଶ୍ବରୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ପ୍ରତିନିଧିମାନେ ଏକତ୍ରିତ ହୋଇ ଗୋରୁ ବଜାର ପ୍ରାଙ୍ଗଣରେ ଥିବା ସମ୍ବର୍ଦ୍ଧନା ସମାରୋହକୁ ଆସିଥଲେସ। ପରେ ଦଣ୍ଡପାଟ ଧନୁଯାତ୍ରା କମିଟିର ସମସ୍ତ ସଦସ୍ୟ ନବନିର୍ବାଚିତ ପ୍ରତିନିଧି ମାନଙ୍କୁ ପୁଷ୍ପ ମାଲ୍ୟ, ଉପଢୌକନ, ଫୁଲତୋଡା ପ୍ରଦାନ କରି ସ୍ବାଗତ କରିଥିଲେ । କାର୍ଯ୍ୟକ୍ରମକୁ କ୍ଷୀରସିନ୍ଧୁ ବଣୁଆ ପରିଚାଳନା କରିଥିବା ବେଳେ ରଜତ ବଂଶଲ ଧନ୍ଯବାଦ ଅର୍ପଣ କରି ଦଣ୍ଡପାଟର ବିକାଶ ପାଇଁ ନିସ୍ୱାର୍ଥ ଭାବରେ ଲୋକଙ୍କର ସେବା କରିବାକୁ ଅନୁରୋଧ କରିଥିଲେ ।ସଭାରେ ମହିଳା ସଂଗଠନ ସମେତ ଅଂଚଳବାସୀ ଉପସ୍ଥିତ ଥିଲେ । ଯୁବ ସମାଜସେବୀ ଭବେଶ ଗଇନ୍ତା, ନିଲେଶ ବଂଶଳ, ହୁକିମ ବିଶି, ତ୍ରିଲୋକ ସିଂ, ବାଳକୃଷ୍ଣ ବିଶି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରଥିଲେ ।