ନର୍ଲା ଯୁକ୍ତ ଦୁଇ କଲେଜରେ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି । କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନର୍ଲା ଡିଗ୍ରୀ କଲେଜର ଅଧ୍ୟକ୍ଷ ନାରାୟଣ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶିବିରଟିକୁ ଉଦ୍ଘାଟନ କରି ଶୃଙ୍ଖଳିତ ଭାବରେ ଛାତ୍ରୀ ମାନେ ଆତ୍ମରକ୍ଷା କରିବାର କୌଶଳ ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷା ପୁଷ୍ପଲତା କର ଅଧ୍ୟକ୍ଷତା କରି ଅତିଥିଙ୍କ ପରିଚୟ ପ୍ରଦାନ ସାଙ୍ଗକୁ ସ୍ୱାଗତ ଭାଷଣ ମଧ୍ୟ ପ୍ରଦାନ କରିଥିଲେ । ଅତିଥି ବୃନ୍ଦ ଆଜିର ନାରୀ ଅସୁରକ୍ଷିତ ଉଗ୍ରଆଧୁନିକ ସମାଜରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା କୌଶଳ ଶିଖିବା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ମାର୍ଗଦର୍ଶନ ଦେଇଥିଲେ ।

Omkar Vasthu
Omkar Vasthu

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

Pearl dental clinic
Near Ashish Medical Store, Bhawanipatna

କଲେଜର ଇଂରାଜୀ ଅଧ୍ୟାପକ ତଥା ରେଡକ୍ରସ୍ ର ଯୁବ କାଉନ୍ସିଲର ସୁଶୀଳ ଶତପଥି କାର୍ଯ୍ୟକ୍ରମଟିକୁ ପରିଚଳନା କରିଥିବା ବେଳେ କଲେଜର ବରିଷ୍ଠ କର୍ମକର୍ତ୍ତା ଲାଲପଣ୍ଡା ବୃନ୍ଦାବନ ଗୌଡ, ଶମ୍ଭୁ ଜଡା, ଦୀପାଳୀ ପାଢୀ, ପ୍ରସନ୍ନ ଗଉଡ଼, ପ୍ରତାପ ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଦେବା ପାଇଁ ରିସୋର୍ସ ପର୍ସନ ଭାବରେ ଭୂବନେଶ୍ୱରରୁ ତାଲିମ୍ ନେଇ ଆସିଥିବା ନର୍ଲା ଡିଗ୍ରୀ ମହାବିଦ୍ୟାଳୟର ଦୁଇଜଣ ଛାତ୍ରୀ ତୃପ୍ତିସ୍ମିତା ସେଠୀ ଓ କୁମୁଦିନୀ ମାଝୀ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର କୌଶଳ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ନର୍ଲା ଯୁକ୍ତଦୁଇ କଲେଜର ପ୍ରଥମ ବର୍ଷର ମୋଟ୍ ୧୦୦ ଜଣ ଛାତ୍ରୀ ଏହି ଶିବିରରେ ପ୍ରଶିକ୍ଷଣ ନେଉଥିବା ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କର ସୂଚନା ଦେଇଛନ୍ତି । ଆଜି ମାର୍ଚ୍ଚ ୨୫ରେ ଉଦ୍ଘାଟିତ ହୋଇଥିବା ଏହି ଶିବିରଟି ଅପ୍ରେଲ ୨ ତାରିଖ ଯାଏଁ ଚାଲିବ ଓ ଉକ୍ତଦିନ ଦିବା ୧୦ ଘଣ୍ଟା ସମୟରେ ଉଦ୍ୟାପନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷା ଶ୍ରୀମତୀ କର ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.