ଦେଶବ୍ୟାପୀ ଦୁଇଦିନିଆ ଧର୍ମଘଟ: ନର୍ଲାରେ ପ୍ରଭାବ ଶୁନ୍ୟ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିଭିନ୍ନ ଟ୍ରେଡ ୟୁନିୟନ ଗୁଡିକ ପକ୍ଷରୁ ମାର୍ଚ୍ଚ ୨୮ ଓ ୨୯ ଦେଶବ୍ୟାପୀ ଦୁଇଦିନିଆ ଧର୍ମଘଟ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଦିନ ଧରି ବନ୍ଦ ପାଳନ ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କର୍ମଚାରୀ ସଙ୍ଗଠନ ଗୁଡିକ ଏହାକୁ ସମର୍ଥନ ଜଣାଇଛନ୍ତି । ଧର୍ମଘଟକୁୁ ସଫଳ କରିବାକୁ ଦେଶର ୧୦ଟି ଟ୍ରେଡ ସଙ୍ଗଠନର କର୍ମକର୍ତ୍ତା ଆହ୍ୱାନ ଦେଇଛନ୍ତି । ତେବେ କଳାହାଣ୍ଡି ଜିଲ୍ଲାର ନର୍ଲା ଠାରେ ବନ୍ଦ ର କୈାଣସି ପ୍ରଭାବ ପଡିନଥିବା ପରିଲକ୍ଷିତ ହେଉଛି । ଦୋକାନ ବଜାର ଖୋଲା ରହିଥିବାବେଳେ ସାଧାରଣ ଜୀବନଯାତ୍ରା ମଧ୍ୟ ସ୍ବଭାବିକ ରହିଛି ।

ଅପରପକ୍ଷରେ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି, ଜନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ନୀତି, ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି, ଇପିଏଫଧାରୀଙ୍କୁ ଜମା ଉପରେ ସୁଧହାର ହ୍ରାସ ଆଦିକୁ ବିରୋଧ କରି ରାଜ୍ୟ ଓ ଦେଶର ଅନେକ ସ୍ଥାନରେ ଧର୍ମଘଟ ଚାଲିଛି । କେନ୍ଦ୍ର ସରକାର ନୂତନ ଶ୍ରମକୋଡ ଲାଗୁ କରି ସାଧାରଣ ଶ୍ରମିକଙ୍କୁ ଶୋଷଣ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ କରିଛି ଟ୍ରେଡ ୟୁନିୟନ । ଆନ୍ଦୋଳନକୁ ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ପରିବହନ ବିଭାଗ କର୍ମଚାରୀଙ୍କ ସଂଘ, ବୀମା କର୍ମଚାରୀ, କୋଇଲା, ଇସ୍ପାତ, ତୈଳ, ଡାକ କର୍ମଚାରୀ, ଦୂରସଞ୍ଚାର କର୍ମଚାରୀ, ଆୟକର ବିଭାଗ କର୍ମଚାରୀ ସଂଘ, ବ୍ୟାଙ୍କ ସଙ୍ଗଠନର କର୍ମଚାରୀମାନେ ମଧ୍ୟ ସମର୍ଥନ କରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.