ଶ୍ରୀ ରାମକୃଷ୍ଣ ଆଶ୍ରମର ୩୦ତମ ପ୍ରତିଷ୍ଠା ଦିବସ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ଶ୍ରୀ ରାମକୃଷ୍ଣ ଆଶ୍ରମର ପ୍ରତିଷ୍ଠାତା ପୂଜ୍ୟ ଶ୍ରୀମଦ୍ ସ୍ବାମୀ ବୈରାଗ୍ୟନନ୍ଦ ଜୀ ମହାରାଜଙ୍କର ୨ୟ ପବିତ୍ର ମହାପ୍ରୟାଣ ତଥା ଶ୍ରୀ ରାମକୃଷ୍ଣ ଆଶ୍ରମର ୩୦ ତମ ପ୍ରତିଷ୍ଠା ଦିବସ ମୋଟଗଣ୍ଡା ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଆଶ୍ରମରୁ ଆସିଥିବା ନିମନ୍ତ୍ରିତ ସାଧୁଗଣ ଓ ଜନ ସାଧାରଣ ଯୋଗ ଦେଇ ପୂଜ୍ୟ ସ୍ବାମୀ ବୈରାଗ୍ୟନନ୍ଦ ଜୀ ମହାରାଜାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଦେବା ସହ ସ୍ବାମୀ ବିବେକାନନ୍ଦ, ରାମକୃଷ୍ଣ ପରହଂସ ଓ ମା ଶାରଳାଙ୍କ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ମ. ରାମପୁର ଶ୍ରୀ ରାମକୃଷ୍ଣ ଆଶ୍ରମର ସଂପାଦକ ସ୍ବାମୀ ଅଶୋକା ନନ୍ଦ ସଭାପତିତ୍ବରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ବକ୍ତା ଭାବେ ସୀତାବଲ୍ଲଭ ମହାପାତ୍ର, ମଞ୍ଚାସିନ ଅତିଥି ସ୍ବାମୀ ନିତ୍ୟରୁପାନନ୍ଦ (ସଂପାଦକ, ରାମକୃଷ୍ଣ ବିବେକାନନ୍ଦ ମିଶନ, ବାରକପୁର କଲିକତା), ସ୍ବାମୀ ଶାରଦତ୍ମାନନ୍ଦ (ସଂପାଦକ, ଆଲାମବଜାର ମଠ କଲିକତା), ସ୍ବାମୀ ବଳଦେବାନନ୍ଦ (ଉପ ସଭାପତି ମହେସ ଶ୍ରୀ ରାମକୃଷ୍ଣ ଆଶ୍ରମ କଲିକତା), ସ୍ବାମୀ ଆମେୟା ନନ୍ଦ (ସଂପାଦକ ଚିନ୍ମୟ ମିଶନ , ଭବାନୀପାଟଣା), ସ୍ବାମୀ ଜିସୂତାନନ୍ଦ (ଜଳେଶପଟ୍ଟା ଆଶ୍ରମ), ସମ୍ମାନିତ ଅତିଥି ଭାବେ ପର୍ଶୁରାମ ଦ୍ବିବେଦୀ, ରମାକାନ୍ତ ମିଶ୍ର, ରାମନାରାୟଣ ମିଶ୍ର ଅନ୍ୟ ମାନଙ୍କ ମଧ୍ୟରେ ବିଶେଷ ଅତିଥି ନରେନ୍ଦ୍ର କୁମାର ନାୟକ, ସୁରେଶ ପୂଜାରୀ, ହୀରେନ୍ଦ୍ର ପ୍ରତାପ ସିଂହ ଦେଓ, ବାସନ୍ତୀ ତ୍ରିପାଠୀ ଓ ଉପସ୍ଥିତ ଥିବା ସମସ୍ତ ନିମନ୍ତ୍ରିତ ଅତିଥି, ଗଣ ମାଧ୍ୟମ ପ୍ରତିନିଧି, ଆଶ୍ରମର ସମସ୍ତ କର୍ମକର୍ତ୍ତା ପ୍ରମୁଖ ସ୍ବାମୀ ବୈରାଗ୍ୟନନ୍ଦ ମହାରାଜଙ୍କ ସ୍ମୃତି ଚାରଣ କରିବା ସହ ନିଜ ନିଜ ଅଭିଭାଷଣ ରଖିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.