‘ବାଲ୍ଯବିବାହ ଏକ ସାମାଜିକ କଳଙ୍କ’ ଶିର୍ଷକ ସଚେତନତା କର୍ମଶାଳା

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ‘ବାଲ୍ଯବିବାହ ଏକ ସାମାଜିକ କଳଙ୍କ’ ଶିର୍ଷକ ଏକ କର୍ମଶାଳା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କନଫରନ୍ସ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। କର୍ତ୍ତବ୍ୟ ସଂସ୍ଥା ଓ ଅନ୍ତୋଦୟ ସଂସ୍ଥାର ସହଯୋଗରେ ବାଲ୍ଯବିବାହ ନିରୋଧ ଉଦ୍ଦେଶ୍ୟରେ ଆୟୋଜିତ ଉକ୍ତ କର୍ମଶାଳାରେ ମୁଖ୍ଯ ଅତିଥି ଭାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କଳାହାଣ୍ଡିର ସଦସ୍ୟ ସୁଧାଂଶୁ ନନ୍ଦ, ସମ୍ମାନିତ ଅତିଥି ଭାବେ ସିଡିପିଓ ଡି.ଏମ. କନ୍ଦପାନ, ଥୁଆମୂଳ ରାମପୁର ଏମ.ଏମ.ପିଏସ. କଲେଜ ଅଧ୍ୟକ୍ଷ ସତ୍ଯନାରାୟଣ ମୁଣ୍ତଛିନା, ଥାନା ଭାରପ୍ରାପ୍ତ ଅଧିକାରୀ ଗୋବିନ୍ଦ ମାଝୀ, କର୍ତ୍ତବ୍ୟ ସଂସ୍ଥାର ମୁଖ୍ୟ ଅଶୋକ ପଟ୍ଟନାୟକ, ଅନ୍ତୋଦୟ ସଂସ୍ଥାର ମୁଖ୍ୟ ଦିଲ୍ଲୀପ ଦାସ, ଏବିଡିଓ ଭରତ ମେହେରଙ୍କ ସମେତ ଥୁଆମୂଳ ରାମପୁର ବ୍ଳକର ସରପଞ୍ଚ, ସମିତି ସଭ୍ଯ ସଭ୍ଯା, ଶିକ୍ଷା ବିଭାଗ, ସମନ୍ନିତ ଶିଶୁ ବିକାଶ ଯୋଜନା, ସ୍ବାସ୍ଥ୍ୟ ବିଭାଗ କର୍ମକର୍ତ୍ତା, ସାମାଜର କିଛି ବିଶିଷ୍ଟ ବ୍ଯକ୍ତି ବିଶେଷ ଯୋଗ ଦେଇଥିଲେ। ନିମନ୍ତ୍ରିତ ଅତିଥି ମାନେ ସମାଜରେ ହେଉଥିବା ବାଲ୍ଯବିବାହ ଉପରେ ବିଶେଷ ଭାବରେ ଆଲୋଚନା କରିଥିଲେ। କିଛି ପରିବାରରେ ସଚେତନତା ଅଭାବଯୋଗୁଁ ବାଲ୍ଯବିବାହ ହେଉଛି। ଏହାକୁ ନିରୋଧ କରିବାନେଇ ସମାଜର ସମସ୍ତ ବ୍ଯକ୍ତି ସଚେତନ ହେବା ଆବଶ୍ୟକତା ରହିଅଛି। ଏହାଛଡା ଶିକ୍ଷା ଅନୁଷ୍ଠାନର ଶିକ୍ଷକମାନେ ମଧ୍ୟ ନାବାଳିକା ମାନଙ୍କୁ ସଚେତନ କରିବା ଜରୁରୀ ବୋଲି ନିମନ୍ତ୍ରିତ ଅତିଥି ମାନେ ତାଙ୍କର ମତ ପ୍ରଦାନ କରିଥିଲେ। କର୍ତ୍ତବ୍ୟ ଅନୁଷ୍ଠାନର ଅଶୋକ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନ୍ତୋଦୟର ରବିନାରାୟଣ ସିଂହ, ବୀଣାକାର ନାଏକ ଓ କର୍ତ୍ତବ୍ୟ ଅନୁଷ୍ଠାନର କର୍ମକର୍ତ୍ତା ଆଲୋକ ପ୍ରଧାନ, ସମ୍ପଦ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.