ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମୋଟେର କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ପକ୍ଷରୁ ଅବସର ପ୍ରାପ୍ତ କୋକସରା ବ୍ଲକ ଶିକ୍ଷାଧିକାରୀ ରମାକାନ୍ତ ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମୋଟେର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେଶ୍ୱର ସାଗରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବାବେଳେ ମୁଖ୍ୟବକ୍ତା ଭାବେ ଏବିଇଓ ତଥା ତୋଫାନ ମାଝୀ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଶିକ୍ଷକ ସଂଘ ଉପ ସଭାନେତ୍ରୀ କୌଶଲ୍ୟା ନାଏକ, ଜିଲ୍ଲା ସଂଯୋଜକ ଶିକ୍ଷକ ସଂଘ ଲିଙ୍ଗରାଜ ନାଏକ, ପ୍ରମୋଦ କୁମାର ବଳ, ନାରାୟଣ ଭୋଇ, କସ୍ତୁରୀ ଛତ୍ରୀଆ ପ୍ରମୁଖ ମଞ୍ଚାସୀନ ରହି ଅବସରପ୍ରାପ୍ତ ବିଇଓ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧନା ଦେବାସହ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ମନ ମୋହନ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ମୋଟେର କ୍ଲଷ୍ଟର ସିଆରସିସି ଭୁବନେଶ୍ୱର ଛତ୍ରୀଆ, ରାମ ନାରାୟଣ ପୁଝାରି, ଦିଲିପ କୁମାର ସାହୁ, ଶଶୀନ୍ଦ୍ର ଦଳପତି ପ୍ରମୂଖ ଶିକ୍ଷକ ପରିଚାଳନାରେ ସହଯୋଗ କରିଥିଲେ।