ବିଦ୍ୟୁତ ସଂସ୍ପର୍ଶରେ ଆସି ଗାଇ ଓ ବାଛୁରୀ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ଅନ୍ତର୍ଗତ ପୋଡ଼ା ଖୋଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ଗ୍ରାମର ଇନ୍ଦ୍ର ମଣି ରାଉତଙ୍କ ଗାଇ ଓ ବାଛୁରୀ ମନିଭଟ୍ଟା ନିକଟସ୍ଥ ଏକ ବିଳରେ ଚରୁଥିବା ସମୟରେ ଇନ୍ସିଲିଟର ଫାଟି ଯିବାରୁ ମୃତ୍ୟୁ ବରଣ କରିଛନ୍ତି। ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ଏବଂ ଠିକ୍ ସମୟରେ ମରାମତି କରୁନଥିବାରୁ ଏହିଭଳି ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏନେଇ ଅଞ୍ଚଳର ଜନସାଧାରଣ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.