କଳାହାଣ୍ଡିରେ ଆକାଶଛୁଆଁ ପରିବା ଦର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବ ସିଧା ପରିବା ବଜାର ଉପରେ ପଡିଛି। ଗତ ୩ ଦିନ ହେଲା ପରିବା ଦରରେ ନିଆଁ ଲାଗିଛି। କଳାହାଣ୍ଡି ଜିଲ୍ଲାରେ ପ୍ରାୟ ସମସ୍ତ ପରିବା ଦର ୬୦ ଟଙ୍କା ଉପରେ ରହିଛି। ଟମାଟୋ ଓ ବାଇଗଣ ଦର ୪୦ ଟଙ୍କା ରହିଥିବା ବେଳେ ପୋଟଳ, ଝୁଡୁଙ୍ଗ, ପତ୍ରକୋବି, କଲରା, ଭେଣ୍ଡି ୬୦ ଟଙ୍କାରେ ବିକ୍ରି ହେଉଛି। କ୍ୟାପିସମ, ଗାଜର, ବିଟ୍, ବିନ୍ସ, ଫୁଲକୋବି ଆଦି ପରିବାର ଦର ୮୦ ଟଙ୍କା ଯାଏ ରହିଛି। ଅଧିକାଂଶ ପରିବା ଦର ଏବେ ଆକାଶ ଛୁଆଁ ହୋଇଯାଇଛି। ସପ୍ତାହ ତଳେ ଯାହାର ଦର ୨୦ରୁ ୩୦ ଟଙ୍କା ରହିଥିଲା ତାହା ଏବେ କିଲୋ ପିଛା ୮୦ ଟଙ୍କା ଯାଏ ବିକ୍ରି ହେଉଛି। ଯାହାକୁ ନେଇ ଖାଉଟିଙ୍କ ଚିନ୍ତା ବଢି ଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.