ନର୍ଲାର ଯୁବ ଅଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଯୁକ୍ତ ଦୁଇ କଲେଜରେ ଗତ ୬ ମାସ ତଳେ ଯୋଗ ଦେଇଥିବା ଓଡିଆ ଅଧ୍ୟାପକ ଭାନୁପ୍ରତାପ ରଣାଙ୍କର ଦେହାନ୍ତ ହୋଇ ଯାଇଛି । ତାଙ୍କ ଘର ତୁଳାପଡା ଗ୍ରାମ ପଂଚାୟତର ଜାମପଦର ଗ୍ରାମରେ । ଗତ ସପ୍ତାହରେ ଜ୍ୱର ହେବାରୁ ସେ ଭବାନୀପାଟଣା ଡାକ୍ତର ଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କୁ ବ୍ରେନ ମେଲେରିଆ ହୋଇଥିବା ଜଣା ପଡିବା ପରେ ଗତକାଲି ରାତିରେ ଭୁବନେଶ୍ୱର ଡ଼ାକ୍ତରଖାନାକୁ ନିଆ ଯାଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଜାମପଦର ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ସେ ଜଣେ ମେଳାପୀ ଛାତ୍ର ବତ୍ସଳ ଏବଂ ସରଳ ଜୀବନଯାପନ କରୁଥିବା ବ୍ୟକ୍ତିତ୍ୱ ଥିଲେ । ନର୍ଲା ଯୁକ୍ତ ଦୁଇ କଲେଜର ଓଡ଼ିଆ ଅଧ୍ୟାପିକା ସୁଶୀଳା ଆଚାର୍ଯ୍ୟଙ୍କ ବଦଳି ହୋଇଯିବା ପରେ ଓଡ଼ିଆ ଅଧ୍ୟାପକ ପଦବୀ ଖାଲି ପଡିଥିଲା । ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନରେ ଅସୁବିଧା ହେଉଥିବାରୁ ଗତ ୬ ମାସ ତଳେ ଯୁବ ଓଡ଼ିଆ ଅଧ୍ୟାପକ ଶ୍ରୀ ରଣାଙ୍କୁ ନର୍ଲା ଯୁକ୍ତ ଦୁଇ କଲେଜର ମ୍ୟାନେଜମେଣ୍ଟ ତରଫରୁ ଅସ୍ଥାୟୀ ଭାବରେ ତାଙ୍କୁ ରଖାଯାଇଥିଲା । ଜଣେ ମେଳାପୀ, ଛାତ୍ର ବତ୍ସଳ ଯୁବ ଅଧ୍ୟାପକ ଭାବରେ କମ ସମୟରେ ସେ ସମସ୍ତଙ୍କ ନିକଟରେ ପ୍ରିୟ ହୋଇ ପାରିଥିଲେ । ତାଙ୍କ ମୃତ୍ୟୁରେ ନର୍ଲା ଓ ଜାମପଦର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି । ଶ୍ରୀ ରଣାଙ୍କ ନିଧନରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ଯୁକ୍ତ ଦୁଇ କଲେଜର କ୍ରୀଡା ଶିକ୍ଷକ ସୁମନ୍ତ ପୁଝରୀଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, ନର୍ଲା ଡିଗ୍ରୀ କଲେଜର ଅଧ୍ୟକ୍ଷ ନାରାୟଣ ନାଏକଙ୍କ ସମେତ ସମସ୍ତ ଷ୍ଟାଫ, ତୁଳାପଡା ଜୁନିୟର କଲେଜ ଅଧ୍ୟକ୍ଷ ସୁଶୀଲ ସେନାପତି ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.