ଆମପାଣି ଘାଟିରେ ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଆଜି ଏଠାରେ ଏକ ଯାତ୍ରୀବାହୀ ସରକାରୀ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଜୟପୁରରୁ ଭବାନୀପାଟଣା ଆସୁଥିବା ବସ୍ ଓ ନବରଙ୍ଗପୁର ପଟେ ଯାଉଥିବା ମାଲବୋଝେଇ ଟ୍ରକ ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା। ବସ୍ ଓ ଟ୍ରକର ଆଗପଟ ଦୁର୍ଘଟଣାରେ ଚୁରମାର ହୋଇଥିବା ବେଳେ ଉଭୟ ଗାଡି ଡ୍ରାଇଭର ସମେତ କିଛି ଯାତ୍ରୀ ଦୁର୍ଘଟଣାରେ ଗୁରୁତର ଥିବା ଜଣାପଡିଛି। ସୂଚନା ପାଇ ଘଟଣାସ୍ଥଳରେ ଆମପାଣି ପୁଲିସ ଓ ଦମକଲ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଘାଟି ରାସ୍ତାରେ ଟ୍ରାଫିକ ଜାମ ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.