ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଜନ୍ମାଷ୍ଟମୀ ଉପଲକ୍ଷେ କୌତୁକ ପୋଷାକ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ଜନ୍ମାଷ୍ଟମୀ ଉପଲକ୍ଷେ କୌତୁକ ପୋଷକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନେକ ଛାତ୍ରଛାତ୍ରୀ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ପୋଷାକ ପରିଧାନ କରିଥିଲେ। ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ଶିବରାମ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଅଭିଭାବକ ଅଭିଭାବିକା ଅଂଶଗ୍ରହଣ କରିଥିଲେ। ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ କାଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ସାମନ୍ତରା ଧନ୍ୟବାଦ ଦେଇଥିଲେ। ଶିକ୍ଷକ ବସନ୍ତ ପ୍ରଧାନ, ତପନ ନାଏକ, ଶିକ୍ଷୟିତ୍ରୀ ମନୀଷା ସିଂନ୍ହା, ମିକୁମିକ୍ସ ନାଏକ, ସାଧନା ପ୍ରଧାନ, ଜଗମୋହନ ମାଝୀ, ନରେନ୍ଦ୍ର ସୁନାନୀ, ସୁଶାନ୍ତ ନାଏକ, ପିଙ୍କି ସାଗର, ବୈଶାଖୀ ନାଏକ, ବୃଷଭ ଦାସ ଓ ଶାନ୍ତି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.