ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଚିନ୍ତାରେ ଲୋକେ

ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଲଗାଣ ବର୍ଷାପରେ ଗୋଲାମୁଣ୍ଡା ବ୍ଲକର ଅନେକ ଗ୍ରାମରେ ଲୋକଙ୍କ ଘର ଭାଂଗିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବ୍ଲକର କେଗାଁ ଗ୍ରାମ ପଂଚାୟତ ସାନଚେରଗାଁ ଗ୍ରାମର ପୂର୍ଣ୍ଣମୀ ଭୋଇଙ୍କ ଘରର ଏକ କାନ୍ଥ ସଂପୂର୍ଣ୍ଣ ଭାଂଗିଯାଇ ତଳେ ପଡିଯାଇଛି। ଏଣୁ ଘରର ଏକ ପାର୍ଶ୍ୱ ସଂପୂର୍ଣ୍ଣ ଖୋଲା ପଡି ରହିଛି। ଏହି ପରିବାର ଦିନ ମଜୁରିଆ ହୋଇଥିବା ବେଳେ କୁଲି ମଜୁରି କଲେ ପ୍ରତ୍ୟେକ ଦିନର ଚୁଲି ଜଳେ ଏପରି ସ୍ଥଳେ ଘର ସଜାଡିବାକୁ ପାଖରେ ପଇସା ନଥିବାରୁ ଏହି ପରିବାର ସରକାରୀ ସହାୟତାକୁ ଅନେଇ ବସିଛନ୍ତି। ଠିକ ସେହିପରି ଲଗାଣ ବର୍ଷାରେ ଗଂଡାମେର ଗ୍ରାମର ପୋଡା ହଂସଙ୍କ ଘର ସଂପୂର୍ଣ୍ଣ ଭାଂଗି ଯାଇଥିବା ଦେଖିବାକୁ ମିଳିଛି। ଘର ଭାଂଗିବା ସମୟରେ ସେ ଘର ମଧ୍ୟରେ ଥିଲେ କିନ୍ତୁ କୌଣସି ମତେ ସେ ଘରୁ ବାହାରି ଆସିବାରୁ ତାଙ୍କୁ କିଛି ଅଘାତ ହୋଇନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଏହି ବ୍ଲକ ଆମ୍ବଗୁଡା ଗ୍ରାମର ଜଣେ ବିଧବା ମହିଳା ସୁଷମା ଗହିରଙ୍କ ଘର ମଧ୍ୟ ଲଗାଣ ବର୍ଷାରେ ଭାଂଗି ଯାଇଥିବା ଦେଖିବାକୁ ମିଳିଛି। ଘରର ଅଧା ଅଂଶ  ଭାଂଗିଯାଇ ମାଟିରେ ମିଶି ଯାଇଛି। ବ୍ଲକର ନକଟିକାନୀ ଗ୍ରାମ ପଂଚାୟତ କରଂଗାମୁଂଡା ଗ୍ରାମର ଜଳନ୍ଧର ଘିଭେଲାଙ୍କ ଘର ମଧ୍ୟ ଲଗାଣ ବର୍ଷାରେ ଭାଂଗି ଯାଇଥିବା ଦେଖିବାକୁ ମିଳିଛି। ବିଳମ୍ବିତ ରାତ୍ରିରେ ଘରର ଏକ କାନ୍ଥ ଭୁଷୁଡି ଯାଇଛି। ଏହି ସମୟରେ ପରିବାର ଲୋକେ ଘର ମଧ୍ୟରେ ଥିଲେ କିନ୍ତୁ କାହାରି କିଛି କ୍ଷତି ହୋଇନଥିଲା। ସିନାପାଲି ଗ୍ରାମପଂଚାୟତ ସିନାପାଲି ଗ୍ରାମର ଦୁଲ ଜାନି ଓ ଚନ୍ଦ୍ର ମାଝୀ ତଥା ଲାଂଜି ଗ୍ରାମର ଋଷି ପରାଭୋଇଙ୍ଗ ଘର ମଧ୍ୟ ସଂପୂର୍ଣ୍ଣ ଭାଂଗିଯାଇ ମାଟିରେ ମିଶିଯାଇଛି।

Udyog Nursery
Udyogi Nursery

ଅପରପକ୍ଷରେ ଏହି ସବୁ ପରିବାରର ନାଁ ଏସିସି ଲିଷ୍ଟରେ ନଥିବାରୁ ଆବାସ ଯୋଜନାରୁ ମଧ୍ୟ ବଂଚିତ ରହିଛନ୍ତି। ଏଣୁ ଏହି ସମସ୍ତ ପରିବାର କିପରି ସରକାରି ସହାୟତା ସହିତ ଆବାସ ଯୋଜନା ପାଇପାରିବେ ଏଦିଗରେ ବ୍ଲକ ପ୍ରଶାସନ ଧ୍ୟାନ ଦେବାକୁ ଦେବାକୁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.