ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜାରିଙ୍ଗ ନର୍ସରି ଠାରେ ଜୁନାଗଡ଼ ବ୍ଳକର ୩୨ଗୋଟି ପଞ୍ଚାୟତର ସରପଞ୍ଚ ଓ ୨୪ ସମିତି ସଭ୍ୟ/ସଭ୍ୟାଙ୍କୁ ନେଇ ବିଜୁଜନତା ଦଳର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ଼ ବ୍ଳକ ସଭାପତି ତଥା ଉପାଧ୍ୟକ୍ଷ ପ୍ରମୋଦ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଳା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ଉପାଧ୍ୟକ୍ଷ୍ୟା ସୁଧିରା ମେହେର, ଜୁନାଗଡ଼ ବ୍ଳକ ଅଧ୍ୟକ୍ଷ୍ୟା ସବିତା ମେହେର, ୪ ଗୋଟି ଜୋନର ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ସରପଞ୍ଚ ସଙ୍ଘ ସଭାପତି ତାରାଶଙ୍କର ରାଏଗୁରୁ ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟକ୍ରମକୁ ତୃଣମୂଳ ସ୍ଥରରେ ପାହଞ୍ଚାଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଉପରେ ଆଲୋଚନା ହୋଇଥିଲା।