ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ସଦର ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଶିକ୍ଷକ ମାର୍କଣ୍ଡ ପାଢୀ ଜୁଲାଇ ୩୧ ତାରିଖରେ ୨୪ ବର୍ଷ ଶିକ୍ଷାଦାନ କରି ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ସ୍କୁଲର ପ୍ରଧାନଶିକ୍ଷକ ପ୍ରଶନ୍ନ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ସ୍କୁଲ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଆୟୋଜିତ ସଭାରେ ସରପଞ୍ଚ ସ୍ଵର୍ଣଲତା ସାହୁ ମୁଖ୍ୟ ଅତିଥି, ସୁରେନ୍ଦ୍ର ଭୋଇ, ତେରେସିଙ୍ଗାହାଇସ୍କୁଲ ପ୍ରଧାନ ଶିକ୍ଷକ ଗରୁଡ ଧ୍ଵଜ ଗହିର ସମ୍ମାନିତ ଅତିଥି, ଅବସର ପ୍ରାପ୍ତ ବିଇଓ ବିଜୟ ପୁରୋହିତ ମୁଖ୍ୟ ଵକ୍ତାଭାଵେ ମଞ୍ଚାସୀନ ହୋଇ ଶ୍ରୀ ପାଢୀଙ୍କ ଅବସରକାଳୀନ ଜୀବନ ସୁଖମୟ ଓ ନିରାମୟ ହେଉ ବୋଲି କାମନା କରିବା ସହିତ ପୁରାତନ ଛାତ୍ରଛାତ୍ରୀମାନେ ଶ୍ରୀ ପାଢିଙ୍କ ପ୍ରତି ଥିବା ସହଯୋଗ, ସ୍ନେହ, ଭକ୍ତି ଓ ସମାଜସେବାର ସ୍ମୃତିଚାରଣ କରିଥିଲେ । ଶିକ୍ଷକ ପୂର୍ଣ୍ଣଶ୍ଚନ୍ଦ୍ର ରାଉତ ମଞ୍ଚ ପରିଚାଳନା କରିଥିଲେ। କର୍ଲାମୁଣ୍ଡାର ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।