ବଢିଲା ଫସଲ ବୀମା ଯୋଜନାର ଅବଧି; ନର୍ଲା ଚାଷୀ ଆସ୍ବସ୍ଥ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏକ ଅଣଜଳେସଚିତ ଅଞ୍ଚଳ ହୋଇଥିବା ବେଳ ଏଠିକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷ କରିଥାନ୍ତି । ସମୟାନୁଯାୟୀ ବର୍ଷା ହେଲାତ ଭଲ । ନେହେଲ ଚାଷୀଙ୍କ କପାଳ ପାଟିଲା । ଏଥିପାଇଁ ସରକାର ପ୍ରତିବର୍ଷ ନିଜ ନିଜ ଫସଲର ବୀମା କେରେଇନବା ପାଇଁ ଚାଷୀଙ୍କୁ କୃଷି ବିଭାଗ ମାଧ୍ୟମରେ ସେଚତନ କରାଯାଇଥାଏ । ପ୍ରତିବର୍ଷ ଜୁଲାଇ ୧୫ ରୁ ଜୁଲାଇ ୩୧ ଯାଏଁ ରହିଥାଏ ବୀମା କରିବାର ସମୟ ସୀମା ଅବଧି । ହେଲ ଅନକ ଚାଷୀ ନିଜ ନିଜ ଫସଲକୁ ବୀମାଭୁକ୍ତ କରିପାରି ନଥିବାରୁ ବୀମାର ଅବଧିକୁ ଅଗଷ୍ଟ ୫ ଯାଏଁ ସମୟ ସୀମା ବଢାଇଥିବା ଘୋଷଣା ହୋଇଛି । ଏଥର ରିଲାଏନ୍ସ ବୀମା କମ୍ପାନୀ ଫସଲ ବୀମା କରୁଥିବା ଜଣାପଡିଛି। ଗୋଟାଏ ପ୍ଲଟକୁ ମାତ୍ର ୧ ଟଙ୍କା ଜମା ଦେଇ ଚାଷୀ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନୋର ବୀମା କେରଇ ପାରିବେ । ଚଳିତ ବର୍ଷ ମଧ୍ୟ ବର୍ଷା ଋତୁ ଆରମ୍ଭରୁ ହୀନ ବୃଷ୍ଟି ଯୋଗୁଁ ନର୍ଲା ଅଞ୍ଚଳେର ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । ଏଣୁ ରାଜ୍ୟ ସରକାର କୃଷି ବିଭାଗ ଜରିଆରେ ସମସ୍ତ ଚାଷୀ ନିଜ ନିଜ ଫସଲକୁ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନୋର ବୀମା କେରଇ ନେବା ପାଇଁ ସେଚତନ କରାଯାଉଥିବା ଦେଖିବାକୁ ମିଳୁଛି । ଗ୍ରାମ୍ୟ କୃଷି କମର୍ଚାରୀ, କୃଷି ଓଭରସିଅର ମାନ ନିଜ ନିଜ ଗ୍ରାମ ପଞ୍ଚାୟତ ଅଞ୍ଚଳର ଗାଁ ଗାଁ ବୁଲି ସମସ୍ତ ଚାଷୀ ଫସଲ ବୀମା କରିବା ପାଇଁ ଚାଷୀଙ୍କୁ ସେଚତନ କରୁଥିବା ଦେଖିବାକୁ ମିଳୁଛି । ଏହି ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ କଳାହାଣ୍ଡି ପାଇଁ କପା, ଚିନାବାଦାମ, ମକା, ଧାନ, ମାଣ୍ଡିଆ ଓ ହରଡ ଚାଷକୁ ବୀମାଭୁକ୍ତ କରିଥିବା ଜଣାପଡ଼ିଛି । ତେବେ ବୀମା ଅବଧି ବଢିଥିବାରୁ ଚାଷୀ ଟିକେ ଆସ୍ବସ୍ଥ ଥିବା ଦେଖାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.