ଭୂଷିଡିଲା ନିର୍ମାଣଧୀନ କଲଭର୍ଟର ସେଣ୍ଟ୍ରିଙ୍ଗ; ଗାଧୋଉଥିବା ବେଳେ ୪ ଶିଶୁଙ୍କ ସମେତ ଜଣେ ବୟସ୍କଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଲଗାଣ ବର୍ଷାରେ ଭୁସିଡ଼ିଲା ନିର୍ମାଣଧୀନ କଲଭର୍ଟ | ଫଳରେ କଲଭର୍ଟ ତଳେ ଗାଧାଉଥିବା ବେଳେ ଜଣେ ବୟସ୍କ ଙ୍କ ସମେତ 4ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି ଯାଇଛି | ଘଟଣାଟି ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଶିକାରପାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉପରସାଜା ଗ୍ରାମରେ | ଘଟଣା ସ୍ଥଳରେ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଜଗନ୍ନାଥ ସାରକା ଏବଂ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ପହଂଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି |

ଘଟଣାସ୍ଥଳରେ କଲ୍ୟାଣସିଂପୁର ବିଡ଼ିଓ ସୁନୀଲ ଖରା, ଥାନା ଅଧିକାରୀ ସୁମତି ମହାନ୍ତି, ତହସିଲଦାର ସୁଧାକର ରୋଇତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଛନ୍ତି | ମିଳିଥିବା ସୂଚନା ପ୍ରକାରେ ଉପର ସାଜା ଗ୍ରାମକୁ ଯିବା ରାସ୍ତା ରେ ଥିବା ଜାପିଙ୍ଗ ନାଳ ଉପରେ ଗତ ୩ ମାସ ହେଲା ଆର ଡି ବିଭାଗ ତରଫରୁ ଏକ କଲଭର୍ଟ ନିର୍ମାଣଧୀନ ରହିଥିଲା |

ତେବେ ଗତ ଦୁଇ ଦିନ ଧରି ଅଂଚଳରେ ଲଗାଣ ବର୍ଷା ହେଉଥିବା ବେଳେ ଆଜି ସକାଳେ ଉପର ସାଜା ଗ୍ରାମର ୫୦ ବର୍ଷୀୟ ଲକ୍ଷ୍ମୀଧର ମିନିୟାକ ନିଜ 5ବର୍ଷ ର ପୁଅ ପ୍ରିନ୍ସ ମିନିୟାକାଙ୍କ ସହ ସାଥିରେ ଗ୍ରାମର ରାଜୁ ମିନିୟାକା ଙ୍କ ୮ ବର୍ଷୀୟ ପୁଅ ଚରଣ ମିନିୟାକା ଓ ସୁମନ ମିନିୟାକା ଏବଂ ରମେଶ କୁଲେସିକାଙ୍କ ପୁଅ ୫ ବର୍ଷୀୟ ପୁଅ ମନୋଜ କୁଲେସିକା ଓ ଏଲିଗା ମିନିୟକାଙ୍କ 6ବର୍ଷୀୟ ପୁଅ ଅନେଶ ମିଶି ଗାଧୋଇବାକୁ ଆସିଥିଲେ |

ଜାପିଙ୍ଗ ନାଳ ପ୍ରଖର ସ୍ରୋତରେ ସମସ୍ତେ ଗାଧେଇବା ବେଳେ ହଠାତ ନିର୍ମାଣଧୀନ କଲଭର୍ଟର ତଳେ ଦିଆଯାଇଥିବା ସେଣ୍ଟ୍ରିଙ୍ଗ ଟି ଭୂଷିଡି ପଡି ସମସ୍ତଙ୍କ ଉପରେ ପଡିଯାଇଥିଲା | ଘଟଣା ସ୍ଥଳରେ ଲକ୍ଷ୍ମୀଧର ଙ୍କ ସମେତ ପ୍ରିନ୍ସ, ଚରଣ, ସୁମନ, ମନୋଜଙ୍କ ମୃତ୍ୟୁ ଘଟି ଥିବା ବେଳେ ସାମାନ୍ୟ ଆହତ ହୋଇ ଅନେଶ ବର୍ତ୍ତୀ ଯାଇଥିଲେ | ଘଟଣା ସମ୍ପର୍କରେ ଖବର ପାଇଁ ଗ୍ରାମବାସୀ ଘଟଣା ସ୍ଥଳକୁ ଯାଇଛି ମୃତକଙ୍କୁ ଉଦ୍ଧାର କରିଥିବା ବେଳେ ନିଜ ଦୁଇ ପୁଅ ଚରଣ ଓ ସୁମନ ଙ୍କ ମୃତ୍ୟୁକୁ ନେଇ ବିଧବା ମା ଦୀପାଇ ମିନିୟାକା ପୁଅକୁ ହରାଇ ଘରେ ଥିବା କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ |

ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ଓ ପୋଲିସ ଉପସ୍ଥିତ ଥିବାରୁ ତୁରନ୍ତ ଦୀପାଇକୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇଥିଲେ | ଘଟଣାଟି ସମଗ୍ର ରାଜ୍ୟରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି କରିଛି | ଘଟଣା ସ୍ଥଳରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ ମଧ୍ୟରେ ଉପସ୍ଥିତ ରହି ମୃତକ ଙ୍କ ପରିବାର କୁ ସାନ୍ତ୍ୱନା ସହ ସମବେଦନା ଜଣାଇଛନ୍ତି | ଉପର ସାଜା ଗ୍ରାମରେ ଘଟି ଥିବା ଏଭଳି ଅଭାବନୀୟ ଘଟଣା ରେ ରାଜ୍ୟ ସରକାର ମୃତକଙ୍କ ପରିବାରକୁ ନିଶ୍ଚିତ ଭାବେ ସହାୟତା ଯୋଗାଇଦେବେ ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.