୨୦୧୧ବର୍ଷର ଏମଓୟୁକୁ ନେଇ ତ୍ରିପାକ୍ଷିକ ଆଲୋଚନା ପ୍ରତିଶୃତି ପାଳନରେ ଜେକେ କାଗଜ କଳ କର୍ତୁପକ୍ଷଙ୍କ ଟାଳଟୁଳ ନୀତି ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଚୁକ୍ତିନାମା ପ୍ରକାରେ ପ୍ରତିଶୃତି ପାଳନ କରୁନାହିଁ ଜେକେ କାଗଜ କଳ । ଏ ନେଇ ଅଭିଯୋଗ ତଥା ଦାବି କଲେ ଆଜିକାଲି କହି ବର୍ଷ ଗଡାଇ ଚାଲିଛି କମ୍ପାନୀ କର୍ତୁପକ୍ଷ ବୋଲି ଅଭିଯୋଗ କରିଛନ୍ତି ଜମିହରା ଗ୍ରାମବାସୀ । ଆଉ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀକୁ ନେଇ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ ପ୍ରରେ ଆଜି ରାୟଗଡା ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ରାୟଗଡା ଉପଜିଲ୍ଳାପାଳ ତଥା ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଳାପାଳ ଭୀମସେନ୍ ଶବର ଅଧ୍ୟକ୍ଷତା କରିଥିଲେ । ବୈଠକରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଆଗାମୀ ୧୫ଦିନ ମଧ୍ୟରେ ଜରୁରୀ ଥିବା ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ସହ ୪୫ଦିନ ମଧ୍ୟରେ ବଳକା ଥିବା ପ୍ରତିଶୃତି ପାଳନ କରିବା ପାଇଁ ଉପଜିଲ୍ଳାପାଳ ଶ୍ରୀ ଶବର କମ୍ପାନୀ କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ସ୍ୱାସ୍ଥ୍ୟ ଶିବିର, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥାକୁ ଅଗ୍ରାଧିକାର ଦେବା ପାଇଁ ଆସନ୍ତା ସପ୍ତାହ ମଧ୍ୟରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବଡ ଓ ସାନ ଚାନ୍ଦିଲି ଗ୍ରାମରେ ଥିବା ଆଇଟିଆଇ ପାସ୍‌, ଡିପ୍ଳୋମା ଓ ଡିଗ୍ରୀ ପାସ କରିଥିବା ଶିକ୍ଷିତ ଯୁବକଯୁବତୀମାନେ ଜେକେ କାଗଜ କଳରେ ନିଯୁକ୍ତି ପାଇଁ ଗଲେ ସେମାନଙ୍କୁ ଦକ୍ଷତା ଭିତିରେ ତଥା ସ୍ଥାୟୀ ନିଯୁକ୍ତି ପ୍ରଦାନ ନ କରି ଠିକା ଶ୍ରମିକ ଭାବେ ନିଯୁକ୍ତ ହେବା ପାଇଁ କର୍ତୁପକ୍ଷମାନେ କହୁଥିବା ବୈଠକରେ ଅଭିଯୋଗ ଶୁଣିବାକୁ ମିଳିଥିଲା । ଏପରିକି ଅନେକ ଶିକ୍ଷିତ ଯୁବକଯୁବତୀମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ନେଇ ନେତୃମଣ୍ଡଳି ପ୍ରକାଶ କରିଥିଲେ । ପୂର୍ବରୁ କମ୍ପାନୀରେ ୨ବର୍ଷ ପ୍ରଶିକ୍ଷଣ ଦିଆଯାଇ ଚାକିରି ପ୍ରଦାନ କରାଯାଉଥିବା ବେଳେ ଏହାକୁ ୫ବର୍ଷ ସମୟସୀମା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି କିନ୍ତୁ ବାହାର ପିଲାଙ୍କୁ ୨ବର୍ଷ ପରେ ନିଯୁକ୍ତି ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଥିଲା । ଜେକେ କାଗଜ କମ୍ପାନୀ ନିଜ ୬ନମ୍ବର ପ୍ଳାଂଟ ସଂପ୍ରସାରଣ ନିମନ୍ତେ ଗତ ୨୦୧୧ ମସିହାରେ ବଡ ଓ ସାନ ଚାନ୍ଦିଲି ଗ୍ରାମବାସୀଙ୍କ ଠାରୁ ଜମି ଅଧିଗ୍ରହଣ କରି ଉକ୍ତ ଦୁଇ ଗ୍ରାମରେ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ପାନୀୟ ଜଳ ଭଳି ଉନ୍ନୟନମୂଳକ କାର୍ଯ୍ୟ ସହ ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାର ପ୍ରତିଶୃତି ଦେଇ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ତେବେ ଆଜକୁ ୧୨ବର୍ଷ ବିତିଯାଇଥିବା ବେଳେ ନିଯୁକ୍ତି କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରିବା ସହ ଅଳ୍ପ କିଛି କାମ ସାରି ଦେଇ ଚୁପ୍ ବସିଥିବାରୁ ଚୁକ୍ତିନାମା ଅନୁଯାୟୀ ପ୍ରତିଶୃତି ପାଳନ କରିବା ପାଇଁ ଗ୍ରାମବାସୀ ଜିଲ୍ଳାପାଳଙ୍କ ଠାରେ ଅଭିଯୋଗ କରିଥଲେ । ଏହି ବୈଠକରେ ସାନ ଓ ବଡ ଚାନ୍ଦିଲିର ନେତୃମଣ୍ଡଳିଙ୍କ ମଧ୍ୟରେ ବସନ୍ତ ପେଦେଂଟି,ରାମୁଲୁ ପେଦେଂଟି,ସୀତାରାମ ପେଦେଂଟି,ରାମଣା ପେଦେଂଟି,ଚନ୍ଦ୍ରୟା ମିଣିଆକା, ମୁନା କାଡ୍ରକା, ତପନ ପେଦେଂଟି, ଯୋଗେଶ୍ୱର ପେଦେଂଟି, ଅର୍ଜୁନ କାଡ୍ରକା, ଅଶୋକ ପୁଲାକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ପ୍ରତିଶୃତି ପାଳନ ପାଇଁ ଦାବି କରିଥିଲେ । ସେହିପରି କମ୍ପାନୀ କର୍ତୁପକ୍ଷଙ୍କ ମଧ୍ୟରେ ମାନବ ସମ୍ବଳ ବିଭାଗ ଜିଏମ ସନ୍ଦୀପ କୁମାର ପାଣ୍ଡେ,ଲୋକ ସଂପର୍କ ଅଧିକାରୀ ମିଲନ କୁମାର ଲେଙ୍କା ଓ ସିଏସଆର ହେଡ୍ ସ୍ମୃତିରାଣୀ କର ପ୍ରମୁଖ ବୈଠକରେ ଯୋଗ ଦେଇ ଚୁକ୍ତିନାମା ପ୍ରକାରେ ବଳକା ଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡିକୁ ପୁଣି ଥରେ ନୂଆ ଭାବେ ତଦାରଖ କରି ସଂପୂର୍ଣ୍ଣ କରାଯିବ ଏବଂ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଥିବା ବୋଲି କହିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ଏସଡିପିଓ ରଶ୍ମିରଂଜନ ସେନାପତି ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.