ଜ୍ଞାନବ୍ୟାପିରେ ହେବ ଏଏସଆଇ ସର୍ଭେ; ଇସଲାମ ପକ୍ଷଙ୍କୁ ‘ସୁପ୍ରିମ’ ଝଟକା


ବାରଣାସି: ଜ୍ଞାନବ୍ୟାପୀ ମସଜିଦ ଘଟଣାରେ ମୁସଲିମ ପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କୁ ଝଟକା । ଜ୍ଞାନବ୍ୟାପୀ ମସଜିଦରେ ଏଏସଆଇ ସର୍ଭେକୁ ନେଇ ସୁପ୍ରିମକୋର୍ଟ ନିଜ ରାୟ ଶୁଣାଇଛନ୍ତି । ଏହି ସର୍ଭେ ଜାରି ରଖିବାକୁ  କୋର୍ଟ ତାଙ୍କ ରାୟରେ କହିଛନ୍ତି । କାରଣ ଏହି ସର୍ଭେ ଦ୍ୱାରା ମୁସଲିମ ପକ୍ଷଙ୍କର ଏପରି କୌଣସି କ୍ଷତି ହେବ ନାହିଁ  ଯାହାର ଭରଣା କରାଯାଇ ପାରିବ ନାହିଁ ବୋଲି କହିଛନ୍ତି କୋର୍ଟ। ଏଥିସହିତ ଏହାର ରିପୋର୍ଟ  ସିଲବନ୍ଦ କରିବା ରଖିବା ପାଇଁ ମଧ୍ୟ କହିଛନ୍ତି କୋର୍ଟ ।

ଅନ୍ୟପକ୍ଷେ ମୁସଲିମ ସଂପ୍ରଦାୟ ପକ୍ଷର ଓକିଲ ଯୁକ୍ତି କରିଥିଲେ, ସର୍ଭେ ଖନନ ହେଲେ ପ୍ଲେସେସ ଅଫ ୱର୍ସିପ ଆକ୍ଟର ଉଲ୍ଳଘଂନ ହେବ । ହେଲେ ବିଚାରପତି ହାଇକୋର୍ଟଙ୍କ ଆଦେଶକୁ ଠିକ ବୋଲି ଦର୍ଶାଇଛନ୍ତି । ହାଇକୋର୍ଟରେ ଏଏସଆଇ ସତ୍ୟପାଠ ଦାଖଲ କରିଛି ଯେ, ସର୍ଭେ ସମୟରେ ଏଏସଆଇ କୌଣସି ଖୋଳାଖୋଳି କରିବ ନାହିଁ । ଏହାସହ କାନ୍ଥରେ ମଧ୍ୟ କୌଣସି କ୍ଷତି ପହଞ୍ଚାଇବନି । ତେଣୁ ଏଏସଆଇ  ସର୍ଭେ ହେଲେ ଅସୁବିଧା କଣ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।

ସଲିସିଟର ଜେନରାଲ ତୁଷାର ମେହତା ଶୁଣାଣି ସମୟରେ କହିଥିଲେ, ଏହି ସର୍ଭେରେ ଜିପିଆର ଟେକ୍ନୋଲଜି ବ୍ୟବହାର କରାଯିବ । ଏହା ଦ୍ୱାରା ଇମାରତର କୌଣସି କ୍ଷତି ହେବନାହିଁ । ମୁସଲିମ ପକ୍ଷର ଓକିଲ କହିଥିଲେ, ୫୦୦ ବର୍ଷର ପୁରୁଣା ଅତୀତକୁ ଖୋଳିବାର ଅର୍ଥ ପୁରୁଣା ଘା’କୁ ଖୋଳିବା ସାଙ୍ଗେ ସମାନ । ଏଥିପାଇଁ ପ୍ଲେସେସ ଅଫ ୱର୍ସିପ ଆକ୍ଟରେ ଥିବା ବ୍ୟବସ୍ଥାର ସମ୍ମାନ କରାଯିବା ଉଚିତ ।

ସୂଚନାଥାଉ କି, ଆଜି ସକାଳ ୭ଟା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’ ଟିମ୍‌ ବିଜ୍ଞାନଭିତ୍ତିକ ସର୍ଭେ ଆରମ୍ଭ କରିଥିଲା। ୪୧ ସଦସ୍ୟ ଥିବା ଏଏସଆଇ ଟିମ୍ ଦ୍ୱାରା ସର୍ଭେ କରିଥିଲେ । ଅନ୍ୟପଟେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମୁସଲିମ୍ ପକ୍ଷଙ୍କ ପିଟିସନ ଉପରେ  ସୁପ୍ରିମକୋର୍ଟରେ ଶୁଣାଣି ଥିଲା ।

 

 



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.