ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଟଗାଁରୁ ଚୋରି ଯାଇଥିବା ଟଙ୍କାକୁ ପୋଲିସ ଉଦ୍ଧାର କରି ଗୃହ କର୍ତ୍ତାଙ୍କୁ ପ୍ରଦାନ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ପଞ୍ଚୁ ସାହୁଙ୍କ ଘରୁ ଦୁଇ ଜଣ ଦୁର୍ବୃତ୍ତ ନଗଦ ୧ ଲକ୍ଷ ୩୫ ହଜାର ଟଙ୍କା ଚୋରି କରି ନେଇ ଯାଇଥିଲେ। ପୋଲିସ ଏ ନେଇ ଖବର ପାଇବା ପରେ ପଞ୍ଚୁଙ୍କ ଘର ପଛପଟେ ରହୁ ଥିବା ଗଣି ସେଠି ଓ ସୂର୍ଯ୍ୟ ସେଠିଙ୍କୁ ଠାବ କରି ସେମାନଙ୍କଠାରୁ ଉକ୍ତ ଟଙ୍କା ଆଦାୟ କରି ଗୃହ କର୍ତ୍ତାଙ୍କୁ ପୋଲିସ ଥାନା ପରିସରରେ ହସ୍ତାନ୍ତର କରିଥିବା ଜଣାପଡିଛି।