ଝଲସିବ ଗୁଡହାଣ୍ଡି ଡୋକରୀଚଞ୍ଚରା, ଅନୁଦାନ ପାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଉନ୍ନୟନ ସମିତି 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରାର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ଯ ସରକାର ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୧ କୋଟି ୨ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହାକୁ ନେଇ କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ସାହଜଖୋଲ ସଂରକ୍ଷିତ ଜଙ୍ଗଲରେ ଥିବା ଐତିହାସିକ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରା ଠାରେ ଉନ୍ନୟନ ସମିତି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣେଇଛନ୍ତି l ବୈଠକରେଧର୍ମଗଡ଼ ବିଧାୟକ ମୌଷଧୀ ବାଗ, ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଯୁଏଡ, ଉନ୍ନୟନ ସମିତିର ସଭାପତି ଭଦ୍ରେଶ୍ବର ପାତ୍ର, ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣେଇଛନ୍ତି l ପର୍ଯ୍ୟଟନସ୍ଥଳୀର ବିକାଶ ଓ ପ୍ରାଚୀନ ଶିଳାଲିପି ର ସୁରକ୍ଷା ଓ ସେଠାକୁ ଯିବାପାଇଁ ପାହାଚ ନିର୍ମାଣ, ଡୋକରି ଦେବୀଙ୍କ ମନ୍ଦିର ନିର୍ମାଣ, ଝାଡ଼େଶ୍ୱର ମହାଦେବ ମନ୍ଦିର, ପୂନ୍ୟକୁଣ୍ଡର ସୋନ୍ଦର୍ଯ୍ୟ କରଣ, ଭଇଁରା ଘୁମରର ବିଭିନ୍ନ ସ୍ଥାନରେ ପାହାଚ ନିର୍ମାଣ, ପାକଶାଳା ଆଦି ବିକାଶ ପାଇଁ ଆଲୋଚନା ହୋଇଥିଲା l ବୈଠକକୁ ଉନ୍ନୟନ ସମିତିର ଘନଶ୍ୟାମ ନାଏକ ପରିଚାଳନା କରିଥିଲେ l ବୈଠକରେ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ସମିତିସଭ୍ୟା ପାର୍ବତୀ ବାଗ, ଉନ୍ନୟନ ସମିତିର ଅଇରୀ ନାଶନ ଚିନ୍ଦା, ନିଲାମ୍ବର ନାଏକ, ଚକାଡୋଳା ପାତ୍ର, ବିରଞ୍ଚି ନାରାୟଣ ପଣ୍ଡା, ବ୍ଳକ ବିଜେଡି ସଭାପତି ସୁଶାନ୍ତ ବେହେରା, ରୁତୁରାଜ ମାଝି, ସୁରେଶ ଚନ୍ଦ୍ର ଅଗ୍ରୱାଲ, ମଣିରାମ ବାଣୁଆ, ଜିତେନ୍ଦ୍ର ପ୍ରଧାନୀ, ଧର୍ମଗଡ଼ ବିଧାନସଭା ସଭାପତି ମାନସ ରଞ୍ଜନ ବାଗ, ଅଜିତ ପଟ୍ଟନାୟକ, ସଞ୍ଜୟ ସିଂହଲ ପ୍ରମୁଖ ଉପସ୍ଥିତ ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.