ଧୁମ୍‌ଧାମର ସହ ସ୍ୱାଧିନତା ଦିବସ ପାଳିବ କଶ୍ମୀର, କୌଣସି କ୍ଷେତ୍ରରେ ନାହିଁ ପ୍ରତିବନ୍ଧକ

ଓଡ଼ିଆ ବାର୍ତ୍ତା/ ଶ୍ରୀନଗର: ଚଳିତ ବର୍ଷ ଧୁମ୍‌ଧାମର ସହ ସ୍ୱାଧିନତା ଦିବସ ପାଳିବ କଶ୍ମୀର। ପ୍ରତ୍ୟେକ ବର୍ଷ ସ୍ୱାଧିନତା ଦିବସ ଏବଂ ଗଣତନ୍ତ୍ର ଦିବସ ଭଳି ଜାତୀୟ ଉତ୍ସବରେ କଶ୍ମୀରରେ ଇଣ୍ଟରନେଟ୍ ନିଷେଧ ଏକ ସାଧାରଣ କଥା ହୋଇଯାଇଥିଲା। କିନ୍ତୁ ଗତ ବର୍ଷ ଭଳି ଚଳିତଥର ଏପରି ହେବ ନାହିଁ। ୭୭ତମ ସ୍ୱାଧୀନତା ଦିବସ ଅବସରରେ ଉପତ୍ୟକାରେ ଇଣ୍ଟରନେଟ ସେବା ଚାଲୁ ରହିବ। କେନ୍ଦ୍ର ଶାସିତ ଅଞ୍ଚଳରେ ଏହା କ୍ରମାଗତ ଦ୍ୱିତୀୟ ବର୍ଷ ଯେତେବେଳେ ଅଗଷ୍ଟ ୧୫ରେ ଇଣ୍ଟରନେଟ ସେବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।କୌଣସି ଅଘଟଣକୁ ରୋକିବା ପାଇଁ ପ୍ରମୁଖ ସ୍ଥାନଗୁଡିକରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ଯୋଗାଇ ଦିଆଯିବ। କଶ୍ମୀରର ବିଭାଗୀୟ କମିଶନର ବିଜୟ କୁମାର ବିଧୁଡୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସ୍ୱାଧୀନତା ଦିବସରେ କଶ୍ମୀରର କୌଣସି ଅଞ୍ଚଳରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବ ନାହିଁ। ଇଣ୍ଟରନେଟରେ ମଧ୍ୟ କୌଣସି ପ୍ରତିବନ୍ଧକ ରହିବ ନାହିଁ। ପରେଡରେ ବହୁ ସଂଖ୍ୟକ ଲୋକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏଥର ଜମ୍ମୁ-କଶ୍ମୀରର ସ୍ୱାଧୀନତା ଦିବସ କାର୍ଯ୍ୟ ନବୀକରଣ ହୋଇଥିବା ବକ୍ସି ଷ୍ଟାଡିୟମରେ ଆୟୋଜିତ ହେବ। ଏଥିପାଇଁ ସରିଛି ସମସ୍ତ ପ୍ରକାର ପ୍ରସ୍ତୁତି। ଏଠାରେ ଅଧିକରୁ ଅଧିକ ଲୋକ ଭାଗ ନେବା ଉଦ୍ଦେଶ୍ୟରେ ଏହି ସମାରୋହର ଆୟୋଜନ କରାଯାଉଛି। ଏଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଷ୍ଟାଡିୟମରେ ପ୍ରବେଶ ପାଇଁ କୌଣସି ପ୍ରତିବନ୍ଧକ ନାହିଁ କିମ୍ବା ପାସ୍ ଆବଶ୍ୟକ ନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.