ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ କୋଲନରା ତହସିଲ ପରିଦର୍ଶନ 

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାର ନୂତନ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଗତ ଶନିବାର ଦିନ କୋଲନରା ତହସିଲ ପରିଦର୍ଶନ ଯାଇଥିଲେ l କୋଲନରାରେ ନୂତନ ଭାବରେ ଅଦାଲତ କୋଠା ନିର୍ମାଣ ପାଇଁ ତହସିଲ କାର୍ଯ୍ୟାଳୟ ତରଫରୁ ଆବଣ୍ଟିତ ଜମି ବୁଲି ଦେଖିଥିଲେ l ନୂତନ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଏହାର ନିର୍ମାଣ କାର୍ଯ୍ୟ ଯେପରି ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ କାର୍ଯ୍ୟକାରୀ ହେବ ସେଉପରେ ତହସିଲଦାର କୋଲନରl ଓ ନିର୍ମାଣ କାର୍ଯ୍ୟ କରୁଥିବା ସଂସ୍ଥାକୁ ପରାମର୍ଶ ଦେଇଥିଲ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କ ପରିଦର୍ଶନ ସମୟରେ କୋଲନରା ତହସିଲଦାର ଏମ. ନୀଳକଣ୍ଠ ନାଇଡ଼ୁ, ଅତିରିକ୍ତ ତହସିଲଦାର ବିଘ୍ନରାଜ କହଁର, ସହକାରୀ ଅଗ୍ନିଶମ ଅଧିକାରୀ, ରାଜସ୍ବ ନିରୀକ୍ଷକ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.