ନିର୍ଦ୍ଧାରିତ ସ୍ଥାନରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : କୋକସରା ବ୍ଲକ ସଦର ମହକୁମାଠାରେ ହେବାକୁ ଥିବା ବସ୍ ଷ୍ଟାଣ୍ଡ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ସ୍ଥାନରେ ନିର୍ମାଣ କରିବା ନେଇ ସୋମବାର ଗ୍ରାମବାସୀ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ଚିହ୍ନଟ ହୋଇଥିବା ଗୁଡହାଣ୍ଡି ମଞ୍ଚ ନିକଟରେ ବସ୍ ଷ୍ଟାଣ୍ଡ ନିର୍ମାଣ ନ କରିବା ଓ କାର୍ଯ୍ୟରେ ବିଳମ୍ବ ଖବର ଜାଣିବାକୁ ପାଇ କୋକସରା ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲେ। ଏବଂ ବୈଠକରେ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ହିଁ ବସଷ୍ଟାଣ୍ଡ ନିର୍ମାଣ ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି କରିଥିଲେ। ଏନେଇ ସୋମବାର ଗ୍ରାମବାସୀ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କୁ ଏକ ଦାବିପତ୍ର ପ୍ରଦାନ କରି ପୂର୍ବ ନିର୍ଦ୍ଧାରିତ ସ୍ଥାନ ଗୁଡହାଣ୍ଡି ମଞ୍ଚ ନିକଟରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ତହସିଲଦାର ଶ୍ରୀକରାଟି ସର୍ବସାଧାରଣଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ନିଦ୍ଧାରିତ ସ୍ଥାନରେ କାର୍ଯ୍ୟ ଆରମ୍ଭ କରିବା ପାଇଁ କାର୍ଯ୍ୟଦେଶ ଜାରି କରିବା ନେଇ କହିଥିବା ଜଣାପଡିଛି। ଏହି ଦାବିପତ୍ର ପ୍ରଦାନ ସମୟରେ ସରପଞ୍ଚ କିଶୋର ପ୍ରଧାନୀ, ପର୍ଶୁ ପ୍ରଧାନୀ, ମହେଶ ଗୁପ୍ତା, ତ୍ରିଭୁବନ ନାଏକ, ପୁରୁଷୋତ୍ତମ ଗୁପ୍ତା, ବିନୋଦ ରାଉତ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡିର ସଭାପତି ମାନସ ରଞ୍ଜନ ବାଗ, ମାନସ ରଞ୍ଜନ ବେହେରା, କ୍ଷୀରସିନ୍ଧୁ ନେଗୀ, ରାମଚନ୍ଦ୍ର ପାଣିଗ୍ରାହୀ, ଟୁନା ବାଗ, ନାରୀନେତ୍ରୀ ଫୁଲତୋଳା ଖମାରୀ, ପ୍ରମେଦ ପ୍ରଧାନୀ, ହବିର ରାଉତ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.