ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ଭାରତୀୟ ଜନତା ପାର୍ଟିର ଯୋରାଡବରା ମଣ୍ଡଳ ସଭାପତି ଦଶରଥ ସାହୁଙ୍କ ନେତୃତ୍ୱରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯୋରାଡବରା ଛକ ଠାରୁ କୁଶୁର୍ଲା ହଜାରିପଡା ପର୍ଯ୍ୟନ୍ତ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଯୁବ ମୋର୍ଚ୍ଚା ସଭାପତି ନବୀନ ସାହୁ, ମଣ୍ଡଳ ଉପସଭାପତି ବିଘ୍ନ ସାହୁ, ସଂପାଦକ ଯତୀନ୍ଦ୍ର ସାହୁ, ଗୋପିନାଥ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ସାହୁ, ମଣ୍ଟୁ ସାହୁ, ପବିତ୍ର ବାରିକଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେଇ ବାଇକ ରାଲିରେ ଭାରତ ମାତା କି ଜୟ, ବନ୍ଦେ ମାତାରାମ୍, ହର ଘର ତ୍ରିରଙ୍ଗା ବୋଲି ନାରାଦେଇ ନଗର ପରିକ୍ରମା କରିଥିଲେ।