ଅଖଣ୍ଡ ଭାରତ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ରାୟଗଡା ସହରର ଡ଼ିଏଫଓ କାର୍ଯ୍ୟାଳୟ ନିକଟରେ ଥିବା ବିଶ୍ୱ ହିନ୍ଦୁ ପରିଷଦ ତଥା ଏକଲ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନ ୭.୩୦ ରେ ଅଖଣ୍ଡ ଭାରତ ଦିବସ ପାଳନ କରାଯାଇଥିଲା | ଯେଉଁଠି ସମସ୍ତ ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ | ପଶ୍ଚିମ ଓଡ଼ିଶା ସଭାପତି ଗୌର ଚନ୍ଦ୍ର ନାୟକ, ଉପ ସଭାପତି ପ୍ରଫୁଲ୍ଲ ପାତ୍ର, ଶ୍ରୀମତି କୁମାରୀ ବଡଟୀୟା,ସହ ମାତ୍ରୃ ଶକ୍ତି,ରାମ ସାହୁ ସହ ସମ୍ପାଦକ,ପ୍ରବିଣ ସହ ସମ୍ପାଦକ, ଏବଂ ଅଶୋକ ମହାରଣା, ସହ ସମ୍ପାଦକ ଶକ୍ତି ଧରନ, ବଜରଙ୍ଗ ଦଳ, ଜିଲ୍ଲା ସଂଯୋଜକ , ରାଜେଶ ବାବୁ,ସେବା ପ୍ରମୁଖ ଲାଲ ବାବୁ ,ହିତଚିନ୍ତ୍ରକ ଗୁନୁ ମଲ୍ଲିକ, ସମ୍ପର୍କ ପ୍ରମୁଖ ଅଜୟ କୁମାର ଆସରାନି, ବଜରଙ୍ଗ ଦଳ ନଗର ସଂଯୋଜକ ଏବଂ ଅନ୍ୟ ନଗର ଏବଂ ଜିଲ୍ଲା ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ୫୦ ଜଣ ସଂଖ୍ୟାରେ ଉପସ୍ଥିତ ଥିଲେ । ହରିହର ଖମାରି, ଉପ ପ୍ରବନ୍ଧକ, ଲୋକ ସମ୍ପର୍କ ଏବଂ ସିଏସଆର ବିଭାଗ ଜେକେ କାଗଜ କଳ, ଜେକେପୁର ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଅତିଥି ଭାବେ ସ୍ୱାମୀ କ୍ରାନ୍ତି ସ୍ବରୁପା ନନ୍ଦ ଗିରି, କ୍ରାନ୍ତିକାରି ଆଶ୍ରମ ଦେଵଗିରି ଯୋଗ ଦେଇ ଉପସ୍ଥିତ ହିନ୍ଦୁ ପ୍ରେମୀଙ୍କୁ ଅଖଣ୍ଡ ଭାରତ ଦିବସର ମହତ୍ୱ ଏବଂ ଆଜିକା ସମୟରେ ଦେଶ ହିତରେ ଆମର କର୍ତ୍ତବ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରତି ଭାରତୀୟଙ୍କ ଦାୟିତ୍ଵ ବିଷୟରେ ଅନୁରୋଧ କରି ସମସ୍ତ ହିନ୍ଦୁ ପ୍ରେମୀଙ୍କୁ ଦେଶ ହିତରେ କାର୍ଯ୍ୟ କରିବାକୁ ସଭାପତି ଉତ୍ସାହିତ କରିଥିଲେ ‌|

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.