ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସାରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନନ୍ଦ ଉହ୍ଳାସ ମଧ୍ୟରେ ସଂମ୍ପନ୍ନ ହୋଇଛି ୭୭ତମ ସ୍ୱାଧୀନତା ଦିବସ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ସା ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଧିର ରାଉତ ସାମୁହିକ ପେରେଡ଼ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ;  ଦୟାନିଧି ପଧାନ, କିଶୋର ଚନ୍ଦ୍ର ତ୍ରିପାଠୀ, ବଳଭଦ୍ର ହରିଜନ, ବାସୁଦେବ ବାଗ, ବିଜୟା ଭାରତୀ ମହାରଣା ପରିଚାଳନାରେ ସହଯୋଗ କରିଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ସରିଆଁ ୟୁପି ସ୍କୁଲ ଓ ହାଇସ୍କୁଲର ମିଳିତ ଭାବରେ ପୁରସ୍କାର ବିତରଣୀ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହୋମିଓପାଥି ଡାକ୍ତର ଶରତ ସାହୁ, ସମ୍ମାନିତ ଅତିଥି ଭାବେ ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ସମିତି ସଦସ୍ୟ ଭାସ୍କର ଭୋଇ, ପଞ୍ଚାୟତ ହାଇସ୍କୁଲ ସରିଆଁର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ, ଶିକ୍ଷାବିତ୍ ଜଗୁଲାଲ ଭୋଇ ଓ ନିର୍ମଲ ଚନ୍ଦ୍ର ଭୋଇ, ସମାଜସେବୀ ବିଜୟ ଭୋଇ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ରାଜେଶ ବେନିଆ, ସିଆରସିସି ସୁଧିର କୁମାର ଧଙ୍ଗଡାମାଝୀ ପ୍ରମୁଖ ମଞ୍ଚାସୀନ ରହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ପଞ୍ଚାୟତ ହାଇସ୍କୁଲ ସରିଆଁର ଶିକ୍ଷକ ଗଙ୍ଗାନାରାୟଣ ଦାସ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ କୈଳାଶ ଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ପଞ୍ଚାୟତର ବିଭିନ୍ନ ଓ୍ବାର୍ଡର ସଭ୍ୟ ସଭ୍ୟା, ଅବିଭାବକ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.