ମେଦିନୀପୁର ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କଲେ ଗାଁର ବର୍ଷିଆନ ମହିଳା ସଜନା ଶବର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର):  ଭବାନୀପାଟଣା ବ୍ଲକ ମେଦିନିପୁର ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସ୍ଵାଧିନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ଗ୍ରାମର ୮୮ ବର୍ଷୀୟା ମହିଳା ସଜନା ଶବର ବିଦ୍ୟାଳୟର ସାଦର ନିମନ୍ତ୍ରଣ କ୍ରମେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ମହାନ ଜାତୀୟ ଉତ୍ସବକୁ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ କରିଥିବା ଭବ୍ୟ ଆୟୋଜନ ଏବଂ ମହାନ ଚିନ୍ତାଧାରାକୁ ସଜନା ଶବର ଭୂୟସୀ ପ୍ରଶଂସା କରିଥିଲେ । “ଭାରତ ମାତା କି ଜୟ – ହର ହାତ ମେ ତ୍ରିରଙ୍ଗା – ହର ଘର ମେ ତ୍ରିରଙ୍ଗା – ହର ମନ ମେ ତ୍ରିରଙ୍ଗା – ହର ଦିଲ ମେ ତ୍ରିରଙ୍ଗା – ହର ଜାନ ହେ ତ୍ରିରଙ୍ଗା” ନାରା ରେ ସମଗ୍ର ଗାଁ ମାଟି ପ୍ରକମ୍ପିତ ହୋଇଥିଲା । ବିଦ୍ୟାଳୟର କୁନି କୁନି ଶିଶୁଙ୍କ ଫେନ୍ସି ବେଶ ଏବଂ “ମୋ ମାତୃଭୂମି ଭାରତ ତା ପାଇଁ ଜୀବନ ଉତ୍ସର୍ଗୀକୃତ ଳ” ଭାବନା ସଂମ୍ପୃକ୍ତ ଦେଶାତ୍ମକ ବୋଧକ ସଂଗୀତ ଓ ବକୃତା ସମସ୍ତଙ୍କ ମନ ମୋହି ନେଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ କଲ୍ୟାଣୀ ଦାସ, ପ୍ରତିଭା ଦାଶ, ସଂଯୁକ୍ତା ଦାଶ ଓ ନୀଶାମଣୀ ଦେଇ ପ୍ରମୁଖ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ମଞ୍ଜୁରୀ ନାଗ, ଉପାଧ୍ୟକ୍ଷ ଆଶିଷ ପଣ୍ଡାଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗଦାନ କରିଥିଲେ । ବିଦ୍ୟାଳୟ କମାଣ୍ଡର କରନ୍‌ ନିଆଲ୍‌ ହାଉସ ଗୁଡିକୁ ସଂଚାଳନ କରିଥିବା ବେଳେ କ୍ୟାପଟେନ ସୁଶୀ ସମୀକ୍ଷା ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.