ବାଲଗୋପାଲ ସେବା ନିକେତନରେ ସ୍ଵାଧୀନତା ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ବାଲଗୋପାଲ ସେବା ନିକେତନର ସମସ୍ତ ଶିଶୁ ଏବଂ କର୍ମଚାରୀଙ୍କ ଦ୍ଵାରା ୭୭ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ସକାଳ ୫ଟା ରେ ପ୍ରଭାତ ଫେରୀ ଅନୁଷ୍ଠିତ ହୋଇଥିଲା । କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ବାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ ପୂର୍ବକ ମିଳିତ ପେରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏଥିରେ ଅନୁଷ୍ଠାନର ସ୍କାଉଟ ଦଳ, ଜୁନିୟର ସିଭିଲିୟାନ ଏବଂ ଘୋଷା ବାଦ୍ୟଦଳ ପେରେଡରେ ଅଂଶଗ୍ରହଣ କରିଥିଲେ । ଏହିଦିନ ଦେଶର ସ୍ଵାଧୀନତା ନିମନ୍ତେ ବଳିଦାନ ଦେଇଥିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନର ଦିନ ତଥା ବହୁ କଷ୍ଟଲବ୍ଧ ସ୍ଵାଧୀନତାକୁ ବଜାୟ ରଖିବା ପାଇଁ ସଙ୍କଳ୍ପର ଦିନ ବୋଲି ମୁଖ୍ୟ ଅତିଥି ସମ୍ବୋଧନ କରି କହିଥିଲେ । ଅପରାହ୍ନ ୩ଟା ବେଳେ ଏକ ସଭା ଆୟୋଜିତ ହୋଇଥିଲା । ବାଲଗୋପାଲ ସେବା ନିକେତନର ପ୍ରତିଷ୍ଠାତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଉପ ନିର୍ଦେଶକ ଯୋଜନା, କଳାହାଣ୍ଡି ଶ୍ରୀକାନ୍ତ ଦଲାଇ, ମୁଖ୍ୟବକ୍ତା ଭାବେ ଶିଶୁ ମଙ୍ଗଳ ସମିତି ଅଧକ୍ଷ ରୂପେଶ କୁମାର ହୋତା ଓ ଯୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟା ସୁଶ୍ରୀ ସ୍ଵର୍ଣଲତା ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଶିଶୁମାନେ ପ୍ରାରମ୍ଭିକ ଓ ସମାପନ ସଂଗୀତ ଗାନ କରିଥିଲେ । ଅନ୍ତେବାସୀ ଗୋବିନ୍ଦ ଦାସ, ଆଦିତ୍ୟ ସୁନା, ଦୀନବନ୍ଧୁ ଶବର, ବୈବସୂତ ମାଝୀ, ଟିକଚନ୍ଦ୍ର ଗଉଡ, ପଞ୍ଚାନନ ଗଉଡ ପ୍ରମୁଖ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ, କଣ୍ଠ ସଙ୍ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରଯାଇଥିଲା । ଅନୁଷ୍ଠାନର କର୍ମକର୍ତ୍ତା ଚନ୍ଦନ ମହାପାତ୍ର , ଶେଫାଳି ମୁଣ୍ଡ, ବିକାଶ ପ୍ରସାଦ, ଖରଟ ତାଣ୍ଡି, ସିଦ୍ଧାର୍ଥ ଦୀପ, ଖୁସିରାମ ସାହୁ, ଭବାନୀ ଶଙ୍କର ଲହଜଲ, ସୁବାସ ନାଏକ, ମମତା ଗଉଡ, ସାମଝରି ଚନ୍ଦନ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.