ସେଣ୍ଟ ଜାଭିଅର ଉଚ୍ଚ ବିଦ୍ୟାଳୟରେ ୭୭ତମ ସ୍ବାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ରାୟଗଡା ସହରର ସ୍ଥାନୀୟ ନ୍ୟୁ କଲୋନୀ ସ୍ଥିତ ସେଣ୍ଟ ଜାଭିଅର ଉଚ୍ଚ ବିଦ୍ୟାଳୟରେ ୭୭ ତମ ସ୍ବାଧୀନତା ଦିବସ ମହା ଆଡମ୍ବର ସହିତ ପାଳନ କରାଯାଇଅଛି । ଏଥିରେ ମୁଖ୍ଯ ଅତିଥି ଭାବରେ ରାୟଗଡା ଅଟୋନୋମସ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଅଂଶଗ୍ରହଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହା ବ୍ୟତୀତ ସେ ସମାଜରେ ଛାତ୍ର ଛାତ୍ରୀଙ୍କ ବଦଳୁଥିବା ଆଚରଣ ପ୍ରତି ଶୃଙ୍ଖଳା ଓ ଅନୁଶାସନର ଆବଶ୍ୟକତା ରହିଛି ବୋଲି କହିଥିଲେ।ଛାତ୍ର ଓ ଛାତ୍ରୀ ଦୁହେଁ ପରସ୍ପର ସହ ଉପଯୁକ୍ତ ମେଳ ରଖି ଦେଶର ନାମକୁ ଆଗେଇ ନେବାକୁ ପ୍ରୋତ୍ସାହନ ଦେଇଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ଯମରେ ବିଦ୍ୟାର୍ଥିମାନେ ଦେଶକୁ ସମ୍ମାନ ଅର୍ପଣ କରିଥିଲେ । କୁନି କୁନି ପିଲାମାନେ ସ୍ବାଧିନତା ସଂଗ୍ରାମୀ ବେଶରେ ଭୂଷିତ ହୋଇଥିଲେ। ଭାଷଣ, ଦେଶାତ୍ମବୋଧକ ଗୀତ ଓ ନାଚ ଛାତ୍ର ଛାତ୍ରୀଙ୍କ ଦ୍ବାରା ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଏ.ରମେଶ ପଟ୍ଟନାୟକ ମଧ୍ଯ ନିଜ ଉଦବୋଧନରେ ଛାତ୍ର ଛାତ୍ରୀଙ୍କୁ ଶୃଙ୍ଖଳିତ ଜୀବନଯାପନ କରିବାକୁ ଓ ପ୍ରଗତି ପଥରେ ଆଗେଇ ଯିବାକୁ ଉତ୍ସାହିତ କରିଥିଲେ।ପରିଶେଷରେ ବିଦ୍ୟାଳୟର ଅକାଡମିକ କୋଅର୍ଡିନେଟର ଶ୍ରୀମତୀ ସୁନିତା ଖାଡ଼ଙ୍ଗା ମୁଖ୍ୟ ଅତିଥି, ସ୍କୁଲ ଅଧ୍ୟକ୍ଷ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ଛାତ୍ର ଛାତ୍ରୀ ଏବଂ ସମସ୍ତ କର୍ମଚାରୀମାନଙ୍କୁ ତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.