ମହାନଦୀ ଧାରା ଶିକ୍ଷାନୁଷ୍ଠାନରେ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଘୋଡାଘାଟପଡା ସ୍ଥିତ ମହାନଦୀ ଧାରା ଶିକ୍ଷାନୁଷ୍ଠାନରେ ୭୭ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ପ୍ଳାବନ ମହାପାତ୍ର ପତାକା ଉତ୍ତୋଳନ କରି ସଭା କାର୍ଯ୍ୟକୁ ଆଗେଇ ନେଇଥିବା ବେଳେ ସଭାରେ ଅର୍ଥନୀତି ଅଧ୍ୟାପିକା ଆଭା ପୁଜାରୀ, ଇତିହାସ ଅଧ୍ୟାପକ କାମଦେବ ମିଶ୍ର, ସଂସ୍କୃତ ଅଧ୍ୟାପିକା ମୋନାଲିସା ମେହେର, ଅଫିସ ଏଡ୍ମିନ୍ ରସ୍ମିତା ମେହେର ଏବଂ ଛାତ୍ରାବାସର ତତ୍ତ୍ୱାବଧାରକ ଅନିଲଙ୍କ ଉପସ୍ଥିତିରେ ତଥା ଛାତ୍ରଛାତ୍ରୀଙ୍କ ଦେଶାତ୍ମବୋଧକ ସଙ୍ଗୀତ ଗାନରେ ଆସର ଜମିଥିଲା । ପରେ ତ୍ରିରଙ୍ଗା ପତାକା ସହିତ ଏକ ଶୋଭାଯାତ୍ରା ସୋନପୁର ନଗର ପରିକ୍ରମା କରିଯାଇଥିଲା । ଛାତ୍ରଙ୍କ ମୁଖରେ ସ୍ଵାଧୀନ ଭାରତର ଜୟକାର ଧ୍ଵନିରେ ସହର ପ୍ରତିଧ୍ଵନିତ ହେଉଥିଲା ବେଳେ ସଭିଙ୍କ ମନରେ ଭାରତ ମାତା ପ୍ରତି ଦେଶ ଭକ୍ତିର ଭାବ ସଞ୍ଚାର କରିଦେଉ ଥିବା ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.